ଆଇପିଏଲ : ଆୟୁଷ ବାଦୋନିଙ୍କ ଲଢୁଆ ଅର୍ଦ୍ଧଶତକ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ ସୁପର ଜାୟାଣ୍ଟସ୍

ଲକ୍ଷ୍ନୌ: ଲକ୍ଷ୍ନୌରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୬ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ ।

ଏହି ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ କ୍ବିଣ୍ଟନ ଡିକକ୍ ଓ କେଏଲ ରାହୁଲ ଭଲ ଆରମ୍ଭ କରିଥିଲେ ବି ଡିକକ୍ ମାତ୍ର ୧୯ ରନ କରି ପାଭିଲିୟନ ଫେରିଥିଲେ । ଗୋଟିଏପଟେ ରାହୁଲ ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟେ ଦଳ ଗୋଟିକ ପରେ ଗୋଟିଏ ଓ୍ବିକେଟ ହରାଇଚାଲିଥିଲା । ଦଳର ସମ୍ପୂର୍ଣ୍ଣ ମଧ୍ୟକ୍ରମ ବିଫଳ ହୋଇଥିଲା । ତେବେ ଶେଷ ବେଳକୁ ଆୟୁଷ ବାଦୋନିଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ଦଳ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା । ବାଦୋନି ଅପରାଜିତ ୫୫ ରନ ଓ ଅରସାଦ ଖାଁ ୨୦ ରନ କରିଥିଲେ । ଲକ୍ଷ୍ମୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୭ ରନ କରିଥିଲା ।

ଦିଲ୍ଲୀ ପକ୍ଷରୁ କୁଳଦୀପ ଯାଦବ ୩ଟି ଓ ଖଲିଲ ଅହମ୍ମଦ ୨ଟି ଓ୍ବିକେଟ ନେଇଥିଲେ । ଇଶାନ୍ତ ଶର୍ମା ଓ ମୁକେଶ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର