ବିଲି ଜିନ୍‌ କିଙ୍ଗ୍‌ କପ୍‌: ଚାଇନିଜ୍‌ ତାଇପେକୁ ହରାଇଲା ଭାରତ

ଚାଙ୍ଗସା: ଚଳିତ ବିଲି ଜିନ୍‌ କିଙ୍ଗ୍‌ କପ୍‌ ଏସିଆ/ଓସେନିଆ ଗ୍ରୁପ୍‌-୧ରେ ଭାରତ ପୁଣି ବିଜୟ ଧାରାକୁ ଫେରିଛି। ପାସିଫିକ୍‌ ଓସେନିଆକୁ ହରାଇବା ପରେ ଚୀନ୍‌ଠୁ ହାରିଥିବା ଭାରତ ଗୁରୁବାର ଚାଇନିଜ୍‌ ତାଇପେକୁ ୨-୧ରେ ପରାସ୍ତ କରିଛି। ଫଳରେ ଭାରତ ୬ ଦଳୀୟ ପୁଲ୍‌-ଏ’ରେ ୨ ବିଜୟ ଓ ‌୧ ପରାଜୟ ସହ ତୃତୀୟ ସ୍ଥାନରେ ରହିଛି।

ଋତୁଜା ଭୋସ୍‌ଲେ ୬-୩, ୬-୨ରେ ହାଓ ଚିଙ୍ଗ ଚାନ୍‌ଙ୍କୁ ହରାଇ ଭାରତକୁ ଅଗ୍ରଣୀ ଦେଇଥିଲେ। ତେବେ ଦ୍ବିତୀୟ ଏକକରେ ଅଙ୍କିତା ରାଇନା ୬-୨, ୪-୬, ୪-୬ରେ ଏନ୍‌ ସୁଓ ଲିଆଙ୍ଗଙ୍କଠୁ ହାରିଯିବାରୁ ସ୍ଥିତି ସମାନ ହୋଇଥିଲା। ନିର୍ଣ୍ଣାୟକ ଯୁଗଳ ମ୍ୟାଚ୍‌ରେ ଅଙ୍କିତା ଓ ପ୍ରାର୍ଥନା ଥୋମ୍ବାରେ ୪-୬, ୬-୧ (୧୫-୧୩)ରେ ଜିତି ଭାରତକୁ ବିଜୟ ଦେଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ଶନିବାର କୋରିଆକୁ ଭେଟିବ।

ସମ୍ବନ୍ଧିତ ଖବର