ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ଅସୁସ୍ଥ

ବାରିପଦା:  ବାରିପଦା ବିଧାୟକ ପ୍ରକାଶ କୁମାର ସୋରେନ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପ୍ରଥମେ ବାରିପଦା ପିଆର୍‌ଏମ୍‌ ମେଡିକ‌ାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥାରେ ସୁଧାର ନଆସିବାରୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ; ପ୍ରକାଶ ୪ ଦିନ ହେଲା ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ ବି ଘରେ ରହିଥିଲେ। ତେବେ ଆଜି ଅପରାହ୍ନ ୪ଟାରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପିଆର୍‌ଏମ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ପରିବାର ଲୋକ ପ୍ରକାଶଙ୍କୁ ଭୁବନେଶ୍ବର ଏମ୍‌ସ ନେଉଛନ୍ତି। ତେବେ ବର୍ତ୍ତମାନ ସେ କଥାବାର୍ତ୍ତା କରୁ ନଥିବା ବେଳେ ଅବସ୍ଥା ଗୁରୁତର ଥିବା ତାଙ୍କର ଜଣେ ପ୍ରମୁଖ ସହଯୋଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁମାନେ ପ୍ରକାଶଙ୍କ ଆଶୁ ଆରୋଗ୍ୟ କାମନ‌ା କରିଛନ୍ତି।

ସମ୍ବନ୍ଧିତ ଖବର