ସୀମାନ୍ତ ଗାଁରେ ଅବକାରୀ ଚଢ଼ଉ, ବିପୁଳ ମଦ ସହ ମୋଟରବାଇକ୍‌ ଜବତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା ଥାନା ଅନ୍ତର୍ଗତ ଲାଙ୍କୋଇରେ ରାଉରକେଲା ଅବକାରୀ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଛି। ଘଟଣାସ୍ଥଳରେ ୧୭,୨୬୦ ଲିଟର ମହୁଲ ପୋଚକୁ ନଷ୍ଟ କରି ଦିଆଯାଇଛି। ତିଆରି ହୋଇଥିବା ୫୩୦ ଲିଟର ଦେଶୀ ମଦ,ଦୁଇଟି ମୋଟରବାଇକ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ଲାଙ୍କୋଇରେ ଦେଶୀ ମଦ ତିଆରି ହେଉଥିବା ରାଉରକେଲା ଅବକାରୀ ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ରାଉରକେଲା ଅବକାରୀ ପୁଲିସର ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଥିଲେ। ମଦ ତିଆରି କରୁଥିବା ବ୍ୟବସାୟୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର