ଜାତୀୟ ସ୍ତରରେ ଓଡ଼ିଶା ରେଡକ୍ରସ୍‌ର ବିଜୟ

କଟକ : ହରିୟାନାର କୁରୁକ୍ଷେତ୍ରଠାରେ ଭାରତୀୟ ଜୁନିୟର ରେଡକ୍ରସ୍‌ର ଜାତୀୟ ସ୍ତରର ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ରେଡକ୍ରସ୍‌ ବିଭିନ୍ନ ପ୍ରତିଯୋଗିତା‌ରେ ବିଜୟୀ ହୋଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପକ୍ଷରୁ ୧୨ଜଣ ଛାତ୍ରଛାତ୍ରୀ ଓ ୨ଜଣ ଉପଦେଷ୍ଟା ଯୋଗ ଦେଇଥିଲେ। ଓଡ଼ିଶାକୁ ବେଷ୍ଟ କୋର୍ଡିନେସନ୍ ଟିମ୍ ଓ ଟାଙ୍ଗୀ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡଃ ବିଲ୍‌କେସ୍‌ ପର୍‌ବିନ୍‌ଙ୍କୁ ବେଷ୍ଟ କାଉନ୍‌ସେଲର ଭାବେ ପୁରସ୍କୃତ କରାଯାଇଛି। ଏକକ ସଂଗୀତ, ସମବେତ ସଂଗୀତ, ସମବେତ ନୃତ୍ୟ, ଏକକ ନୃତ୍ୟ, ରଙ୍ଗୋଲି, ଓଡ଼ିଶା ପ୍ରଦର୍ଶନୀ, ନାଟକ, ଉପଦେଷ୍ଟାଙ୍କ ଏକକ ନୃତ୍ୟ ଭଳି ପ୍ରତିଯୋଗିତାରେ ୧୫ଟି ପୁରସ୍କାର ଲାଭ କରିଛନ୍ତି। ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକ ଓ ଯୁବ ରେଡକ୍ରସ୍‌ ଅଧିକାରୀ ଡଃ ରମେଶ ଚନ୍ଦ୍ର ବେହେରାଙ୍କ ଉଦ୍ୟମ ଓ ପ୍ରେରଣାରେ ରାଜ୍ୟ ଜୁନିୟର ରେଡକ୍ରସ୍‌ ଆଜି ଏହି କୃତିତ୍ବ ହାସଲ କରିବାରେ ସଫଳ ହୋଇଛି।

ସମ୍ବନ୍ଧିତ ଖବର