୩ ଗ୍ରାମବାସୀ ପାନୀୟ ଜଳପାଇଁ ଡହଳବିକଳ: ଖରା ହେଲେ ସ୍ୱଚ୍ଛ ପାଣି ନଚେତ୍ ଚୁଆ ପାଣି ପିଇ ଜୀବନ ବିତାଇଥାନ୍ତି

ଋାଇରଙ୍ଗପୁର: ଜଳ ହିଁ ଜୀବନ। ଗ୍ରାମାଂଚଳରେ ଏହାର ସୁବନେ୍ଦାବସ୍ତ ନିମନ୍ତେ ସରକାର ସ୍ୱତନ୍ତ୍ର ଭାବେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଗଠନ କରିଛନ୍ତି। ମାତ୍ର ବିଭାଗର ଦାୟିତ୍ୱହୀନ କାର୍ଯ୍ୟକଳାପ ପାଇଁ ଗ୍ରାମବାସୀ ପାଣି ପାଇଁ ତହଳ ବିକଳ ହେଉଥିବାର ଅଭିଯୋଗ ହୋଇଥାଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ମିଳେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ବଡମୌଦା ଗ୍ରାମ ପଂଚାୟତର କଟୁପିଟ, କୁଲେଇଶିଳା ଗ୍ରା.ପର ବାଲିଖଣି ଏବଂ ବିଜାତଳା ବ୍ଲକ ମଢେଇକଚା ଗ୍ରା.ପର ବଡବିଲ ଗ୍ରାମରେ।

ସୂଚନାଯୋଗ୍ୟ ଉକ୍ତ ୩ ଗ୍ରାମର ଗ୍ରାମବାସୀ ବିଭିନ୍ନ ମୌଳିକ ସମସ୍ୟାରୁ ବଂଚିତ ଥିବାରୁ  ୨୦୧୯ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। ଏବେ ଦାଉ ସାଧୁଛି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ। ଗ୍ରାମରେ ପାନୀୟ ଜଳ ଯୋଗାଣ ନିମନ୍ତେ ୩ ଗ୍ରାମର ପ୍ରାୟ ସମସ୍ତ ସାହିରେ ଥିବା ନଳକୂପରେ ସୌରଶକ୍ତି ସଂପନ୍ନ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଅଛି ଏବଂ ଉକ୍ତ ପ୍ରକଳ୍ପ ମାଧ୍ୟମରେ ପାଇପ ସଂଯୋଗ ଦ୍ୱାରା ଗ୍ରାମବାସୀଙ୍କ ଘର ସମ୍ମୁଖରେ ପାଣି ଟେପ ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଅଛି। ମାତ୍ର ଗ୍ରାମବାସୀ ଅଭିଯୋଗ କରନ୍ତି ଉକ୍ତ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପରୁ  ବହୁତ୍ କମ୍ ପରିମାଣରେ ପାଣି ବାହାରୁଥିବାରୁ ବାଲଟିଏ ପାଣି ପାଇଁ ୫ ମିନିଟରୁ ଅଧିକ ସମୟ ଲାଗିଥାଏ। ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପଟି ସଂଯୋଗ ହୋଇଥିବା ପାଇପ ଲାଇନରୁ ଯେଉଁ ଯେଉଁ ପରିବାର ଉପକୃତ ହେବାକଥା ସେମାନଙ୍କ ଘର ପାଖକୁ ପାଣି ପହଂଚି ପାରୁ ନଥିବା ଅଭିଯୋଗ ହୁଏ। ଉକ୍ତ ପ୍ରକଳ୍ପ ଓମବାଡିସି ପକ୍ଷରୁ କରାଯାଇଛି।

ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କୌଣସି ଉନ୍ନତି ମୂଳକ କାର୍ଯ୍ୟ କରିବା ପୂର୍ବରୁ ଜନସାଧାରନଙ୍କ ଅବଗତି ନିମନ୍ତେ ସୂଚନା ଫଳକ ସାଧ୍ୟମରେ କାର୍ଯ୍ୟର ନାମ, ଅଟକଳ ମୂଲ୍ୟ,କାର୍ଯ୍ୟର ଅବଧି ଏବଂ କାହାଦ୍ୱାରା କାର୍ଯ୍ୟଟି ସଂପାଦନ କରାଯାଉଛି,ତାହା ମଧ୍ୟ ଉଲ୍ଲେଖ୍ୟ କରାଯାଉନାଉଥିବା ଗ୍ରାମବାସୀ ଅଭିଯୋଗ କରନ୍ତି। ଏହା ବ୍ୟତୀତ ବିଭାଗର ନିୟମାନୁସାରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ତଦାରଖ ଓ ମାନ ନିର୍ଦ୍ଦାରଣ ପାଇଁ ବିଭାଗୀୟ ଅଧିକାରୀ କି କର୍ମଚାରୀ କେହି ଉକ୍ତ ୩ ଗ୍ରାମରେ ପାଦ ପକାଉନଥିବା ଗ୍ରାମବାସୀ କହିଛନ୍ତି। ତେଣୁ ସ୍ପଷ୍ଟ ବାରି ହେଉଛି ଯେ ବିଭାଗୀୟ ଅଧିକାରୀ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇବାରେ କେତେ ଯତ୍ନବାନ ତାହା ସହଜରେ ଅନୁମେୟ। ଖରା ହେଲେ ପାଣି ବାହାରେ ନହେଲେ ପାଣି ମିଳୁନଥିବାର ଅଭିଯୋ କରନ୍ତି ଗ୍ରାମବାସୀ। ଫଳରେ ବାଧ୍ୟ ହୋଇ ଗ୍ରମ ନିକଟ ଦେଇ ଯାଇଥିବା ନାଳରେ ଚୁଆ କରି ସେଥିରୁ ପାଣି ପିଇଥାନ୍ତି। ଚୁଆ ପାଣି ପିଇବା ଯୋଗୁଁ ଗ୍ରାମବାସୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହାଛଡା ଉକ୍ତ ତିନି ଗ୍ରାମରେ ଜଳ ଏତେ ନିଅନ୍ଟ ଯେ ଗ୍ରାମବାସୀ ଦିନେ ଗାଧୋଇଲେ ୨ଦିନ ଅଗାଧୁଆ ରହୁଛନ୍ତି। ତୁରନ୍ତ ଉକ୍ତ ଗ୍ରାମକୁ ପାନୀୟଜଳ ଓ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ନଚେତ ଜନ ଆନ୍ଦଳୋନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର