Advertisment
Latest Posts
Advertisment
ରାଜ୍ୟ
ଆଜିଠୁ ବାହାର ରତ୍ନଭଣ୍ଡାର ମରାମତି
ଶନିବାରଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ। ଭିତର ରତ୍ନଭଣ୍ଡାର କାର୍ଯ୍ୟ ଶେଷ ହୋଇଛି। ଏବେ ବାହାର ରତ୍ନଭଣ୍ଡାର କାର୍ଯ୍ୟ କିଛି ପରିମାଣରେ ବାକି ରହିଛି।
ଜିଲ୍ଲା
ରାଇରଙ୍ଗପୁରରେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ଦିନର ରଥଯାତ୍ରା ଯାତ୍ରା ସଂପନ୍ନ
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ପ୍ରଥମ ଦିନରେ ମହାଆଡ଼ମ୍ବରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଭାଇ-ଭଉଣୀଙ୍କ ସହ ମାଉସୀ ମା' ମନ୍ଦିରକୁ ଯାଉଛନ୍ତି। ଆଜି ଅଧା ବାଟରେ ଅଟକିଛନ୍ତି। ଦ୍ୱିତୀୟ ଦିନରେ କେବଳ ମହିଳାମାନେ ରଥ ଟାଣିବେ।
ଖେଳ
ଏଜ୍ବାଷ୍ଟନ୍ ଟେଷ୍ଟ୍ ପ୍ରସ୍ତୁତି: ବୁମ୍ରା ଓ ବୋଲିଂ ୟୁନିଟ୍ ଚିନ୍ତା
ଜୁଲାଇ ୨ ତାରିଖରୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ୍ ଖେଳାଯିବ। ଏଥି ପାଇଁ ଯଶପ୍ରୀତ୍ ବୁମରାଙ୍କ ବୋଲିଂ ଅଭ୍ୟାସ ସହ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପ୍ରଥମ ଟେଷ୍ଟ୍ରେ ଭଲ ବ୍ୟାଟିଂ କରିବା ସତ୍ତ୍ବେ ଦ୍ବିତୀୟ ପାଳିରେ ପ୍ରଭାବୀ ବୋଲିଂ କରିପାରି ନଥିବା ଭାରତ ଏବେ ସଙ୍କଟରେ ପଡ଼ିଛି।
ରାଜନୀତି
ବିଜେପି ରାଜ୍ୟ ସଂପାଦକଙ୍କୁ ଟାର୍ଗେଟ୍ କଲେ ଦୁର୍ବୃତ୍ତ! ଫିଙ୍ଗିଲେ ବୋମା
ବିଜେପି ରାଜ୍ୟ ସମ୍ପାଦକଙ୍କ ବାସଗୃହକୁ ବୋମାମାଡ଼ ହୋଇଥିବା ଅଭିଯୋଗ। ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ବିଜେପି ରାଜ୍ୟ ସମ୍ପାଦକ ନବୀନ କୁମାର ରାମ୍ଙ୍କ ରାଇରଙ୍ଗପୁରସ୍ଥ ଅରବିନ୍ଦ ଲ୍ୟାନ୍ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ତଥା ବାସଗୃହ ଉପରେ ବୋମାମାଡ଼ ହୋଇଥିଲା।