ବରଗଡ଼: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଡିସେମ୍ବର ୨୩ ତାରିଖରେ ଆରମ୍ଭ ହେବାକୁ ଯାଉଛି। ୧୧ଦିନ ଧରି ଆୟୋଜିତ ହେବାକୁଥିବା ଏହି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ ପାଇଁ ଚୟନ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ଧନୁଯାତ୍ରାରେ କଂସ ହେବା ପାଇଁ ୩୦ଜଣ କଳାକାର ଆବେଦନ କରିଥିଲେ। ଆଜି ବରଗଡ଼ ଡିପିଇପି କନ୍ଫରେନ୍ସ ହଲ୍ରେ କଂସ ଚୟନ ପ୍ରକ୍ରିୟାରେ ୨୩ଜଣ ଆବେଦନକାରୀ ଉପସ୍ଥିତ ରହି ଅଡିସନ୍ ଦେଇଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ୪ଜଣ ବିଚାରପତି ଉପସ୍ଥିତ ଥିବା ୨୩ଜଣଙ୍କର ସଂଳାପ କହିବା ଶୈଳୀ ସଙ୍ଗକୁ ଆଚରଣ ଓ ଅଭିନୟକୁ ଦେଖି କଂସ ଭୂମିକା ପାଇଁ ଭୁବନେଶ୍ୱର ପ୍ରଧାନଙ୍କୁ ଚୟନ କରି ତାଙ୍କ ନାମ ଘୋଷଣା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର ପ୍ରଧାନ ବରଗଡ଼ ଧନୁଯାତ୍ରାରେ ପୂର୍ବରୁ ୩ ଥର କଂସ ହୋଇସାରିଛନ୍ତି। ତେବେ ୧୭ବର୍ଷ ପରେ ପୁଣି ତାଙ୍କୁ କଂସ ହେବାର ସୌଭାଗ୍ୟ ମିଳିଛି ବୋଲି କହିଛନ୍ତି। ଚଳିତ ବର୍ଷ କଂସ ଭୂମିକାରେ ନଜର ଆସିବେ ଭୁବନେଶ୍ୱର ପ୍ରଧାନ।