ହୋଣ୍ଡା ସିଟିର ୨୫ ବର୍ଷ ଯାତ୍ରା

ନୂଆଦିଲ୍ଲୀ : ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ର ‌ଲୋକପ୍ରିୟ ମଡେଲ୍‌ ସିଟି ଭାରତରେ ୨୫ ବର୍ଷର ଯାତ୍ରା ଉତ୍ସବକୁ ପାଳନ କରୁଛି। ଏହାର ପ୍ରଥମ ମଡେଲ୍‌କୁ ୧୯୯୮ରେ ଉନ୍ମୋଚନ କରାଯାଇଥିଲା। ସିଟିର ଦ୍ବିତୀୟ ପିଢ଼ି ୨୦୦୩ରେ, ତୃତୀୟ ପିଢ଼ି ୨୦୦୮ରେ, ଚତୁର୍ଥ ପିଢ଼ି ୨୦୧୪ରେ ଓ ପଞ୍ଚମ ପିଢ଼ିକୁ ୨୦୨୦ରେ ଉନ୍ମୋଚନ କରାଯାଇଥିଲା। ଭାରତରେ ୯ ଲକ୍ଷରୁ ଅଧିକ ହୋଣ୍ଡା ସିଟି ଗ୍ରାହକ ରହିଛନ୍ତି। ୨୦୨୨‌‌ରେ ହୋଣ୍ଡା ସିଟିର ହା‌ଇବ୍ରିଡ୍‌ ମଡେଲ୍‌କୁ ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ କଂପାନିର ସଭାପତି ଓ ସିଇଓ ଟାକୁୟା ସୁମୁରା କହିଛନ୍ତି ଯେ ଭାରତରେ ପସନ୍ଦ କରାଯାଉଥିବା ଆମର ସବୁଠୁ ଲୋକପ୍ରିୟ ମଡେଲ୍‌ ହୋଣ୍ଡା ୨୫ ବର୍ଷର ପୂର୍ତି ପାଳନ କରୁଛି। ଦେଶର ୨୪୨ଟି ସହରରୋ ଥିବା କଂପାନିର ୩୩୦ ଡିଲରସିପ୍ ନେଟ୍‌ୱର୍କରେ ହୋଣ୍ଡା ସିଟିର ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ କଂପାନି ଗ୍ରାହକ ଓ ହୋଣ୍ଡା ସିଟି ପ୍ରେମୀଙ୍କ ସହ ଉତ୍ସବ ପାଳନ କରୁଛି। ଚଳିତ ବର୍ଷ ଉନ୍ମୋଚନ କରାଯାଇଥିବା ହୋଣ୍ଡା ସିଟିର ହାଇବ୍ରିଡ୍‌ ମଡେଲ୍‌ କଂପାନିର ଇଲେକ୍ଟ୍ରିକ୍ ଯାନ ଯୋଜନାକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ହୋଣ୍ଡା ସିଟିକୁ ଭାରତ ସମେତ ୮୦ଟି ଦେଶରେ ବିକ୍ରି କରାଯାଉଛି। ସାରା ବିଶ୍ବରେ ୪୫ ଲକ୍ଷରୁ ଅଧିକ ହୋଣ୍ଡା ସିଟି ବିକ୍ରି ହୋଇଛି।

ସମ୍ବନ୍ଧିତ ଖବର