ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଘରକୁ ଫେରିଲେ କୁନ୍ଦୁଲି ପୀଡ଼ିତା

କୋରାପୁଟ : ଶେଷରେ ଘରକୁ ଫେରିଛନ୍ତି କୁନ୍ଦୁଲି ପୀଡିତା। ଜିଲ୍ଲା ଶିଶୁ ମଙ୍ଗଳ କମିଟିଙ୍କ ନିଷ୍ପତ୍ତି କ୍ରମେ ଆଜି ପ୍ରଶାସନ ପକ୍ଷରୁ ଏହି ଛାତ୍ରୀଙ୍କୁ ତାଙ୍କ ଗାଁରେ ଛାଡି ଦିଆଯାଇଛି। ଏବେ ସେ ନିଜ ପରିବାର ସହ ଗାଁରେ ରହିବେ। ପରେ ସେ ପଢିବା ପାଇଁ ଇଛା ପ୍ରକାଶ କଲେ ଏଥିନେଇ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ମାଓ ଦମନ ଅଭିଯାନ ତୀବ୍ର ହେବ

କୋରାପୁଟ : ମାଓ ମୁକାବିଲା ନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟ ପରିସରରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର ଯୋଗ ଦେଇଥିଲା ବେଳେ ଓଡ଼ିଶା ପୁଲିସ ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ମାଓ ଦମନ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ପ୍ରଥମ ପଥୋତ୍ସବ

ଜୟପୁର : ଭୁବନେଶ୍ୱର ଅନୁକରଣରେ ଜୟପୁରରେ ଆରମ୍ଭ ହୋଇଛି ସହିଦ ଲକ୍ଷ୍ମଣ ନାୟକ ପଥୋତ୍ସବ। ଆଜି ଥିଲା ଏହାର ପ୍ରଥମ ସଂସ୍କରଣ। ନୂଆ ଇତିହାସ ଓ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଉତ୍ସବ ଜୟପୁରବାସୀଙ୍କ ମନରେ ଭରି ଦେଇଥିଲା ନିଆରା ଅନୁଭୂତି। ମାର୍ଗଶୀରର ଶୀତୁଆ ସକାଳରେ ଲାଗିଥିଲା ରଥଯାତ୍ରା,…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଯୌତୁକ ନିର୍ଯାତନା, ଥାନାରେ ଏତଲା

ଜୟପୁର: ପଟାଙ୍ଗି ଥାନା ଅନ୍ତର୍ଗତ ଅନ୍ତା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଯୌତୁକ ନିର୍ଯାତନା ଦେଇଥିବା ନେଇ ଜୟପୁର ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଛି। ମାଳିମୁରା ଗ୍ରାମର ଜୟନ୍ତୀ ଖରାଙ୍କୁ ତାଙ୍କ ସ୍ୱାମୀ ବାବୁଲା ଖିଲ ନିର୍ଯାତନା ଦେଉଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ୩ ଛାତ୍ର ମୃତ

କୋରାପୁଟ : ନିର୍ବନ୍ଧ ଭୋଜିରେ ଯୋଗ ଦେବାକୁ ଆସିଥିବା ୩ ଜଣ ପିଲା ପୋଖରୀରେ ବୁଡ଼ିଯିବା ଭଳି ଦୁଃଖଦ ଘଟଣା କୋରାପୁଟ ସହରରେ ଶୋକର ଛାୟା ଖେଳାଇ ଦେଇଛି। ସହର ମଧ୍ୟରେ ଥିବା ନରେନ୍ଦ୍ର ସରୋବରରେ ଘଟିଛି ଏହି ଅଘଟଣ। ମୃତ ପିଲାମାନେ ହେଲେ ଗୁଣପୁରର ଜେ. ଶ୍ରୀନିବାସଙ୍କ ପୁଅ ଜେ. ମାଣିକଣ୍ଟା, ଜେ.…
ଅଧିକ ଖବର ଦେଖନ୍ତୁ...

ଜୟପୁରରୁ ସୁଙ୍କି ଚାଲାଣ ବେଳେ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଅଟକ

ଜୟପୁର: ପଡ଼ୋଶୀ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରୁ ଅବକାରୀ ଓ ପୁଲିସ ବିଭାଗର କର୍ମଚାରୀମାନେ ୩୦ ହଜାର ଗଞ୍ଜେଇ ଗଛ ନଷ୍ଟ କରିବା ପରେ ଶୁକ୍ରବାର ବିଏସ୍‌ଏଫ ଯବାନମାନେ ଜୟପୁର ଅଞ୍ଚଳରେ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କୋରପୁଟ ଜିଲ୍ଲା ଜୟପୁର…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ନିର୍ବନ୍ଧ ଭୋଜି ଖାଇବା ନୋହିଲା, ପୋଖରୀରେ ବୁଡ଼ି ୩ ମୃତ

କୋରାପୁଟ: ନିର୍ବନ୍ଧ ଭୋଜିରେ ଯୋଗଦେବା ପାଇଁ ରାୟଗଡ଼ା ଜିଲ୍ଲାରୁ କୋରାପୁଟ ଆସିଥିବା ୩ଜଣ ଶିଶୁଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ସାବର ଶ୍ରୀକ୍ଷେତ୍ର ନିକଟରେ ଥିବା ଶିଶୁ ଉଦ୍ୟାନରେ ପିଲାମାନେ ଖେଳୁଥିଲେ। ଉଦ୍ୟାନ ପରିସରରେ ବାହାଘର ପାଇଁ ନିବନ୍ଧ…
ଅଧିକ ଖବର ଦେଖନ୍ତୁ...

ଭଙ୍ଗାଗଲା ଏସ୍‌ଡିଏମ୍‌ଓ କ୍ୱାର୍ଟର୍ସ

ଜୟପୁର: ଜୟପୁର ମୁଖ୍ୟରାସ୍ତାରେ ରହିଥିବା ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅବ୍ୟବହୃତ ବାସଗୃହକୁ ଆଜି ବୁଲଡୋଜର ଲଗାଇ ଭଙ୍ଗାଯାଇଛି। ସେହିସ୍ଥାନରେ ଚାରି ଚକିଆ ଯାନ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବା ନେଇ ଟ୍ରାଫିକ ନିୟନ୍ତ୍ରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାସହ ଉକ୍ତ ସ୍ଥାନରେ ଆଗାମୀ…
ଅଧିକ ଖବର ଦେଖନ୍ତୁ...

କଲେଜ ବସ୍‌ରେ ମଦ୍ୟପ ଡ୍ରାଇଭର

କୋରାପୁଟ : କଲେଜ ବସ୍‌ରେ ଯିବା ଆସିବା କରୁଛନ୍ତି ଶହ ଶହ ଛାତ୍ରଛାତ୍ରୀ। ହେଲେ ଏହି ବସ୍‌ ଚଳାଉଥିଲେ ଜଣେ ମଦ୍ୟପ ଡ୍ରାଇଭର। ଯିଏ ଯାହା କହିଲେ ବି ଶୁଣୁ ନ ଥିଲେ। ଶେଷରେ ଡ୍ରାଇଭର ଜଣଙ୍କ ପୁଲିସ ହାବୁଡରେ ପଡିଛି। ମଦ ପିଇ ଗାଡି ଚଳାଉଥିବା ବେଳେ ପୁଲିସ ତାଙ୍କୁ ରଙ୍ଗେ ହାତ ଧରିଛି। ପରେ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ, ୩ଗିରଫ

କୋରାପୁଟ: ସହର ଉପକଣ୍ଠ ତନଭୀର ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ ମାମଲାରେ ୩ଜଣଙ୍କୁ ଗିରଫ କରିଛି କୋରାପୁଟ ସଦର ଥାନା ପୁଲିସ। ମିଳିଥିବା ସୂଚନା ଅନୁସାରେ, ସହର ଉପକଣ୍ଠରେ ଥିବା ତନଭୀର ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା। କୋରାପୁଟ ଧୋବା ସାହିର କିଛି ଯୁବକ ପେଟ୍ରୋଲ…
ଅଧିକ ଖବର ଦେଖନ୍ତୁ...