କୋରାପୁଟ: ନିର୍ବନ୍ଧ ଭୋଜି ଖାଇବା ନୋହିଲା, ପୋଖରୀରେ ବୁଡ଼ି ୩ ମୃତ

କୋରାପୁଟ: ନିର୍ବନ୍ଧ ଭୋଜିରେ ଯୋଗଦେବା ପାଇଁ ରାୟଗଡ଼ା ଜିଲ୍ଲାରୁ କୋରାପୁଟ ଆସିଥିବା ୩ଜଣ ଶିଶୁଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ସାବର ଶ୍ରୀକ୍ଷେତ୍ର ନିକଟରେ ଥିବା ଶିଶୁ ଉଦ୍ୟାନରେ ପିଲାମାନେ ଖେଳୁଥିଲେ। ଉଦ୍ୟାନ ପରିସରରେ ବାହାଘର ପାଇଁ ନିବନ୍ଧ ଚାଲିଥିଲା। ଏହି ସମୟରେ ପିଲାମାନେ ନରେନ୍ଦ୍ର ସରୋବରକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ବୁଡ଼ି ଯାଇଥଲେ। ମୃତ ଶିଶୁମାନଙ୍କର ବୟସ ୧୦ରୁ ୧୪ ହେବ ବୋଲି ପୁଲିସ କହିଛି। ଗୁଣପୁରର ୨ଜଣ ଓ ରାୟଗଡ଼ାର ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। ପୁଲିସ ଶିଶୁମାନଙ୍କର ମୃତଦେହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର