ଟ୍ରେନ୍‌ ଧକ୍କାରେ ୯ ଗୋରୁ ମୃତ

କୋରାପୁଟ: ସ୍ଥାନୀୟ ଟିକିରା ସାହି ନିକଟରେ ଟ୍ରେନ ଦୁର୍ଘଟଣାରେ ୯ଗୋରୁଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ କିଛି ଗୋରୁ ଟ୍ରେନ ଲାଇନ ପାର ହେଉଥିବା ସମୟରେ କିରଣ୍ଡୁଲ-ବିଶାଖ‌ାପାଟଣା ପାସେଞ୍ଜର ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୯ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରେଳରୋକ କରିଥିଲେ। ଫଳରେ ବିଶାଖ‌ାପାଟଣା- କିରଣ୍ଡୁଲ ଟ୍ରେନ କିଛି ସମୟ ଅଟକି ରହିଥିଲା। ଖବର ପାଇ ଆରପିଏଫ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର