ମାଲକାନଗିରି: ଗତକାଲି ରାତିରେ ମାଓବାଦୀମାନେ ପୁଲିସ ଇନଫରମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଛନ୍ତି। ଏତଦ୍‌ବ୍ୟତୀତ ରାସ୍ତା କାମ କରୁଥିବା ଠିକାଦାର ସଂସ୍ଥାର ୩ଟି ଟ୍ରାକ୍ଟରକୁ ମଧ୍ୟ ନିଆଁ ଲଗାଇ ପୋଡ଼ିି ଦେଇଛନ୍ତି ମାଓବାଦୀମାନେ। ଏହାକୁ ନେଇ ଅଞ୍ଚଳରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

publive-image
ମିଳିଥିବା ସୁଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକମାମୁଡ଼ି ପଞ୍ଚାୟତର ପିପଲପଦର ଗ୍ରାମର ସାଧୁ ଖେମୁଡ଼ି ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଘରେ ଶୋଇଥିବା ବେଳେ ପ୍ରାୟ ୩୦ରୁ ଉର୍ଧ୍ୱ ମାଓବାଦୀ ତାଙ୍କ ଘରେ ପଶି ତାଙ୍କୁ ଯୋର ଜବରଦସ୍ତ ଘରୁ ଅପହରଣ କରି ନେଇଥିଲେ। ପରେ ସେମାନେ ଘର ଠାରୁ କିଛିଦୂରରେ ତାଙ୍କ ଗଳାକାଟିି ହତ୍ୟା କରିବା ପରେ ମୃତଦେହ ଫିଙ୍ଗି ଦେଇଥିଲେ। ସେହିପରି ଶ୍ରୀ ଖେମୁଡ଼ୁଙ୍କୁ ହତା କରିବା ପରେ ମାଓବାଦୀମାନେ ସେହି ଅଞ୍ଚଳରେ ଥିବା ଏକ ଠିକାଦାର ସଂସ୍ଥାର କ୍ୟାମ୍ପରେ ପଶି ୩ଟି ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ।। ଆଜି ସକାଳୁ ମୃତ ଦେହ ପଡ଼ିଥିବା ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।