ନୂଆଦିଲ୍ଲୀ, ୨୯/୫: ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଭାଇ ଶିବାଙ୍ଗ ଚୋପ୍ରା ଭଉଣୀର ଆପ୍ ନେତା ରାଘବ ଚଢ଼ାଙ୍କ ସହ ନିର୍ବନ୍ଧ ସମୟର ଆଉ କେତେକ ଫଟୋ ସେୟାର କରିଛନ୍ତି। କେତେକ ଫଟୋରୁ ଜଣାପଡ଼ୁଛି ଯେ ଉକ୍ତ ନିର୍ବନ୍ଧ ଏକ ଆବେଗମୟ ଉତ୍ସବରେ ପରିଣତ ହୋଇଥିଲା।

Advertisment

ଏକ ଫଟୋରେ ଦେଖିବାକୁ ମିଳୁଛି, ପରିଣୀତି ଓ ଶିବାଙ୍ଗ ତାଙ୍କ ଭାବପ୍ରବଣ ବାପାଙ୍କ ଆଖିରୁ ଲୁହ ପୋଛିଦେଉଛନ୍ତି। ଆଉ ଏକ ଫଟୋରେ ତାଙ୍କ ମାଆ ରୀନା ଅନ୍ୟ ପରିବାର ସଦସ୍ୟଙ୍କ ସହ ନାଚିବାର ମଧ୍ୟ ଦେଖିବାକୁ ମିଳୁଛି।

ଶିବାଙ୍ଗ ସେୟାର କରିଥିବା ଏହି ଫଟୋର କ୍ୟାପ୍ସନ ଦେଇଛନ୍ତି ‘ପିତାମାତା ଓ ପରିବାର’। ପରିଣୀତି କମେଣ୍ଟ ସେକ୍ସନରେ ଉତ୍ତର ଦେଇଛନ୍ତି: ‘ଏହି ଫଟୋଗୁଡ଼ିକରେ ଏକମାତ୍ର ସମସ୍ୟା ହେଉଛ ତୁମେ।’ ତାହାର ଉତ୍ତରରେ ଶିବାଙ୍ଗ ଲେଖିଛନ୍ତି- ‘ବୁଝିଲି।’

ନୂଆଦିଲ୍ଲୀରେ ପରିଣୀତି ଓ ରାଘବଙ୍କର ନିର୍ବନ୍ଧ ହୋଇଥିଲା। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଓ କଂଗ୍ରେସ ନେତା ପି ଚିଦମ୍ବରମ୍‌ଙ୍କ ସମେତ ଅନେକ ରାଜନେତା ଯୋଗ ଦେଇଥିଲେ। ପରିଣୀତିଙ୍କ ସମ୍ପର୍କୀୟ ଭଉଣୀ ପ୍ରିୟଙ୍କା ଚୋପ୍ରା, ଫେସନ ଡିଜାଇନର ମନିଷ ମାଲହୋତ୍ରା ଓ ଗାୟିକା ମିକା ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ।