ଆମକୁ ଟଙ୍କା ଓ ଅସ୍ତ୍ରଶସ୍ତ୍ର ନଦେଲେ କଶ୍ମୀରରେ ଜିହାଦ ହେବନି : ପାକିସ୍ତାନକୁ ରୋକଠୋକ୍ ଶୁଣାଇଲେ ଆତଙ୍କବାଦୀ

ମୁଜାଫରାବାଦ : ଯଦି ଟଙ୍କା ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ନାହିଁ, ତେବେ କଶ୍ମୀରରେ ଜିହାଦ ହୋଇପାରିବନାହିଁ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଏପରି ରୋକଠୋକ୍ ଶୁଣାଇଦେଇଛନ୍ତି ବିଭିନ୍ନ ଆତଙ୍କବାଦୀ ସଂଗଠନ ।

ଗୁଇନ୍ଦା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ପ୍ରଥମ ସପ୍ତାହରେ  ମୁଜାଫରାବାଦରେ ୟୁନାଇଟେଡ୍ ଜିହାଦ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆତଙ୍କବାଦୀ ସୟଦ ସଲାହୁଦ୍ଦିନ ସଭାପତିତ୍ବ କରିଥିଲା ଏବଂ ଏଥିରେ ଲସ୍କର, ଜୈଶ ଏବଂ ହିଜବୁଲର କମାଣ୍ଡର ତଥା ଆଇଏସଆଇର ଶୀର୍ଷ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଆତଙ୍କବାଦୀ ନେତାମାନେ କଶ୍ମୀରରେ ଆତଙ୍କବାଦୀ ଘଟଣା ଘଟାଇବା ପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇଠାରୁ ଅର୍ଥ ଏବଂ ଅସ୍ତ୍ରଶସ୍ତ୍ର ସହାୟତା ମାଗିଥିଲେ। ଏସବୁ ନଦେଲେ କଶ୍ମୀରରେ ଜିହାଦ ହୋଇପାରିବ ନାହିଁ ବୋଲି ଜଣାଇଦେଇଥିଲେ ।

ଆଗକୁ ଗ୍ରୀଷ୍ମଋତୁ ଆସୁଥିବାରୁ କଶ୍ମୀର ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବାକୁ ଆଇଏସଆଇ ପକ୍ଷରୁ ଆତଙ୍କବାଦୀ ସଂଗଠନମାନଙ୍କ ଏହି ବୈଠକ ଡକାଯାଇଥିଲା । ଏହି ବୈଠକରେ ଆଇଏସଆଇକୁ ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ଦାବି କରାଯାଇଥିଲା ।

ପାକିସ୍ତାନରେ ଆର୍ଥିକ ସଂକଟ ଜାରି ରହିଥିବାରୁ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଅର୍ଥ ଯୋଗାଣ କମିଯାଇଛି । ଫଳରେ ଆତଙ୍କବାଦୀମାନେ ମଧ୍ୟ ମାଗଣାରେ କଶ୍ମୀରରେ ଅନୁପ୍ରବେଶ କରିବାକୁ ଇଚ୍ଛୁକ ନାହାନ୍ତି । ଏହା ଆଇଏସଆଇକୁ ଗଭୀର ଚିନ୍ତାରେ ପହାଇଦେଇଛି ।

ସମ୍ବନ୍ଧିତ ଖବର