ମଝି ଆକାଶରେ ଫାଟିଗଲା ସ୍ପାଇସ୍‌ ଜେଟ୍‌ ବିମାନର ସାମନା କାଚ; ମୁମ୍ବାଇ ବିମାନବନ୍ଦରରେ କଲା ଜରୁରିକାଳୀନ ଅବତରଣ

ମୁମ୍ବାଇ: ସ୍ପାଇସ୍‌ ଜେଟ୍‌ର କାଣ୍ଡଲା-ମୁମ୍ବାଇ ବିମାନ ମଙ୍ଗଳବାର ଦିନ ୨୩,୦୦୦ ଫୁଟ ଉଚ୍ଚତାରେ ଉଡୁଥିଲା ବେଳେ ବିମାନଟିର ୱିଣ୍ଡସିଲ୍‌ଡ (ବାହ୍ୟ କାଚ) ଫାଟି ଯାଇଥିଲା। ଫଳରେ ବିମାନଟକୁ ମୁମ୍ବାଇ ବିମାନବନ୍ଦରରେ କଲା ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥିଲା।

ବିମାନ ଚଳାଚଳ ନିୟାମକ (ଡିଜିସିଏ)ର ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସ୍ପାଇସ୍‌ ଜେଟ୍‌ର ଏକ କ୍ୟୁ୪୦୦ ଯାତ୍ରବାହୀ ବିମାନ ମୁମ୍ବାଇ ବିମାନବନ୍ଦରରେ ଏହାର ୱିଣ୍ଡସିଲ୍‌ଡ ୨୩,୦୦୦ ଫୁଟ ଉଚ୍ଚତାରେ ଉଡୁଥିବା ବେଳେ ଫାଟିଯିବା ପରେ ବିମାନଟିକୁ ମୁମ୍ବାଇ ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥିଲା।
ଉଲ୍ଲେଖଯୋଗ୍ୟ, ଗତ ୧୭ ଦିନ ମଧ୍ୟରେ ସ୍ପାଇସ୍‌ ଜେଟ୍‌ ବିମାନରେ ଘଟୁଥିବା ବୈଷୟିକ ତ୍ରୁଟିର ଏହା ଅତି କମରେ ସପ୍ତମ ଘଟଣା। ଦିନକ ପୂର୍ବରୁ ଇନ୍ଧନ ସୂଚକ ତ୍ରୁଟି ଆରମ୍ଭ ହେବାରୁ ସ୍ପାଇସ୍‌ ଜେଟ୍‌ର ଦିଲ୍ଲୀ-ଦୁବାଇ ବିମାନକୁ କରାଚିକୁ ଡାଇଭର୍ଟ କରାଯାଇଥିଲା।

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ମଙ୍ଗଳବାର ଦିନ ଘଟିଥିବା ଦୁଇଟି ଘଟଣାର ଅନୁସନ୍ଧାନ କରୁଛି ଏବଂ ପୂର୍ବ ପାଞ୍ଚଟି ଘଟଣା ମଧ୍ୟ ଏବେ ତଦନ୍ତାଧୀନ ରହିଛି ବୋଲି ଅଧିକାରୀମାନେ ଉଲ୍ଲେଖ କରିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ସ୍ପାଇସ୍‌ ଜେଟ୍‌ର କାଣ୍ଡଲା-ମୁମ୍ବାଇ ବିମାନ ୨୩,୦୦୦ ଫୁଟ ଉଚ୍ଚତାରେ ଥିଲା ଯେତେବେଳେ ୱିଣ୍ଡସିଲ୍‌ଡ (ବାହ୍ୟ କାଚ) ଫାଟି ଯାଇଥିଲା। ଏହାପରେ ବିମାନର ପାଇଲଟମାନେ ମୁମ୍ବାଇ ବିମାନବନ୍ଦରରେ ପ୍ରାଥମିକତା ଭିତ୍ତିରେ ବିମାନଟିର ଅବତରଣ କରାଇଥିଲେ ବୋଲି ସେମାନେ କହିଛନ୍ତି।
ଅନ୍ୟପକ୍ଷରେ, ଏହି ସଦ୍ୟତମ ଅଘଟଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସ୍ପାଇସ୍‌ ଜେଟ୍‌ କହିଛି, ଜୁଲାଇ ୫, ୨୦୨୨ରେ ସ୍ପାଇସ୍‌ ଜେଟ୍‌ କ୍ୟୁ୪୦୦ ବିମାନ ଏସଜି ୩୩୨୪ (କାଣ୍ଡଲା-ମୁମ୍ବାଇ) ଏଫଏଲ୨୩୦ରେ କ୍ରୁଜ୍‌ ସମୟରେ, ପ୨ ପାର୍ଶ୍ୱ ୱିଣ୍ଡସିଲ୍‌ଡ ବାହ୍ୟ ପ୍ୟାନ୍‌ ଫାଟି ଯାଇଥିଲା। ତେବେ, ଏହି ଘଟଣା ପରେ ବିମାନଟି ସୁରକ୍ଷିତ ଭାବେ ମୁମ୍ବାଇରେ ଅବତରଣ କରିଥିଲା।

ସମ୍ବନ୍ଧିତ ଖବର