ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

କ୍ୟାପିଟାଲ୍ ହସ୍ପିଟାଲ ପରିସରରେ କୁଢ଼କୁଢ଼ ଅଳିଆ!

ଭୁବନେଶ୍ବର: କ୍ୟାପିଟାଲ୍ ହସ୍ପିଟାଲ ପରିସରରେ ପୁଣି ଗନ୍ଧମୟ ପରିବେଶ। କ୍ୟାପିଟାଲ ହସପିଟାଲରେ ପୁଣି ଅଳିଆ ଚିନ୍ତା। ଶିଶୁ ବିଭାଗ ସାମ୍ନାରେ ପଡ଼ିଛି କୁଢ଼ କୁଢ଼ ଅଳିଆ। ମେଡିକାଲ ବାୟୋ ହଜାର୍ଡ ବା ଡାକ୍ତରଖାନା ଆବର୍ଜନା, ବାସିଖାଦ୍ୟ ଭଳି ଯାବତୀୟ ଅଳିଆ ରାସ୍ତା ଉପରେ ପଡ଼ି ରହିଛି।…
ଅଧିକ ଖବର ଦେଖନ୍ତୁ...

ରକ୍ତ ପିଉଛି ଜୟଦେବବିହାର-ନନ୍ଦନକାନନ ରାସ୍ତା: ୩ ମାସରେ ୩୬ ଦୁର୍ଘଟଣାରେ ୮ ମୃତ, ଶତାଧିକ ଆହତ

ଚନ୍ଦ୍ରଶେଖରପୁର: ଜନଗହଳିପୂର୍ଣ୍ଣ ଜୟଦେବବିହାର-ନନ୍ଦନକାନନ ରାସ୍ତା ଭିଡ଼ କମାଇବାକୁ ୨ଟି ସମାନ୍ତରାଳ ରାସ୍ତା ନିର୍ମାଣ ଚାଲିଛି। ସାଲିଆସାହି ବ୍ୟତୀତ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡାହାଣ ପାର୍ଶ୍ବ ସମାନ୍ତରାଳ ରାସ୍ତା କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରିଆ ବହୁତ ଖାଦ୍ୟପ୍ରିୟ: କାଫେ-୧୬ ଓ ବକୁଳ ଫାଉଣ୍ଡେସନର ଏକ ନିଆରା କାର୍ଯ୍ୟକ୍ରମ ‘ଏକାମ୍ର ଟକିଜ୍‌’

ଭୁବନେଶ୍ବର: ଭୁବନେଶ୍ବରର ପ୍ରଥମ ଘରୋଇ କାଫେ ‘କାଫେ-୧୬’ ସତ୍ୟନଗର ଓ ବକୁଳ ଫାଉଣ୍ଡେସନର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ ‘ଏକାମ୍ର ଟକିଜ୍‌’। ଭୁବନେଶ୍ବରର ଇତିହାସ ଓ କଥାବସ୍ତୁକୁ ନେଇ ପ୍ରତିମାସରେ ଏହି କାର୍ଯ୍ୟକ୍ରମ କରାଯିବ, ଯେଉଁଠି ରାଜଧାନୀକୁ ନେଇ ଗପର ଆସର…
ଅଧିକ ଖବର ଦେଖନ୍ତୁ...

ବିଜୁବାବୁଙ୍କ ଆଦର୍ଶ ଆମକୁ ପ୍ରେରଣା ଦେଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁବାବୁ ଜଣେ ଦକ୍ଷ ପାଇଲଟ୍‌, ବଡ଼ ଶିଳ୍ପପତି ତଥା ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ସୁନାମ ଅର୍ଜନ କରିଥିଲେ। ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ଏ ମାଟି ଓ ମାଟିର ମଣିଷ ସହ ତାଙ୍କର ନିବିଡ଼ ସଂପର୍କ ଥିଲା। ତାଙ୍କ ସ୍ୱପ୍ନ ଥିଲା ଗାଁ ଓ ଗାଁର…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଉଷ୍ମ ବିଜେଡି ରାଜନୀତି: ନବୀନ ନିବାସରେ ଅମରେଶ, ବିରଞ୍ଚି, ମିହିର

ଭୁବନେଶ୍ବର: ଭୁବନେଶ୍ବରର ତିନି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଏକାମ୍ର ଓ ମଧ୍ୟ ଭୁବନେଶ୍ବରର ଦୁଇ ବିଜେଡି ଟିକେଟ୍‌ ଆଶାୟୀ ନବୀନ ନିବାସରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏକାମ୍ର ଭୁବନେଶ୍ବର ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଡାକସେବା ନାଁରେ ବୁଲୁଛି ନକଲି ୱେବ୍‌ସାଇଟ୍: ଲକି ଡ୍ର ଆଳରେ ଖାଲିକରିଦେବେ ଆକାଉଣ୍ଟ

ଭୁବନେଶ୍ବର: ସାଇବର ପୁଲିସ ଯେତେ ସକ୍ରିୟ ହେଉଛି, ସାଇବର ଠକମାନେ ସେତେ ନୂଆ ନୂଆ ତରିକା ଆବିଷ୍କାର କରିବାରେ ଲାଗିଛନ୍ତି। ଏବେ ସାଇବର ଠକମାନେ ଏକ ନୂଆ ଚାଲ୍‌ ଖେଳିଛନ୍ତି। ଭାରତୀୟ ଡାକସେବା ନାଁରେ ନକଲି ୱେବ୍‌ସାଇଟ୍‌ ଖୋଲି ଲୋକଙ୍କୁ ଚୁନ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଲକି ଡ୍ର…
ଅଧିକ ଖବର ଦେଖନ୍ତୁ...

ବୁଡ଼ିବାକୁ ବସିଛି ଚାଷ: ନାହିଁ ମାଲିକାନା, ନାହିଁ ଜଳସେଚନ

ଜଟଣୀ: ଜଟଣୀ ବ୍ଲକ୍‌ କନ୍ତିଆ ପଞ୍ଚାୟତର ବିକାଶ ଆଖିଦୃଶିଆ ନୁହେଁ। ଶ୍ମଶାନ, ପାନୀୟ ଜଳ, ଆଲୋକୀକରଣ ଭଳି ମୌଳିକ ସୁବିଧାରୁ ଲୋକେ ବହୁ ଦୂରରେ। ତେବେ ବଡ଼ ସମସ୍ୟା ହେଉଛି କୃଷି। ଏଠାରେ କୃଷି ବୁଡ଼ିବାକୁ ବସିଲାଣି। ଏଠାରେ ଚାଷୀଙ୍କ ହାତରେ ଚାଷ ଜମିର ମାଲିକାନା ନାହିଁ କି ଚାଷ ଜମିକୁ…
ଅଧିକ ଖବର ଦେଖନ୍ତୁ...

‘ଖଣ୍ଡଗିରିରେ ଭେଣ୍ଡିଂ ଜୋନ୍‌ ଯିଏ କରିବ, ଭୋଟ୍‌ ସିଏ ପାଇବ’

ଖଣ୍ଡଗିରି: ଭୁବନେଶ୍ବରରେ ସବୁସ୍ଥାନରେ ହାଟ ରହିଥିବାବେଳେ କିନ୍ତୁ ଖଣ୍ଡଗିରିରୁ ଧର୍ମବିହାର ଓ ଜାଗମରା, ଅର୍ଥାତ୍‌ ପୂରା ୬୩ ନମ୍ବର ୱାର୍ଡରେ ସ୍ବତନ୍ତ୍ର ହାଟ କିମ୍ବା ଭେଣ୍ଡିଂ ଜୋନ୍‌ ନାହିଁ। ତେଣୁ ଯେଉଁ ରାଜନୈତିକ ଦଳ ଖଣ୍ଡଗିରିରେ ସ୍ଥାୟୀ ଭେଣ୍ଡିଂ ଜୋନ୍‌ କରିବ, ଉଠା ଦୋକାନୀମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଝାରପଡ଼ା ଜେଲ୍‌ ଅସୁରକ୍ଷିତ: ଅବାଧରେ ପଶୁଛି ନିଶାଦ୍ରବ୍ୟ, ମୋବାଇଲ୍‌ ଓ ମାରଣାସ୍ତ୍ର

ଭୁବନେଶ୍ବର: କେତେବେଳେ ୱାର୍ଡରେ କଏଦୀ ବାଡ଼ାବାଡ଼ି ହୋଇ ରକ୍ତାକ୍ତ ହେଲେଣି ତ କେତ‌େବେଳେ ୱାର୍ଡରଙ୍କ ଉପରେ ଆକ୍ରମଣ କଲେଣି। କେବେ ଜେଲ୍‌ ଭିତରୁ ପୁଳା ପୁଳା ଗଞ୍ଜେଇ, ବ୍ରାଉନ୍‌ସୁଗାର ଜବତ ହେଲାଣି ତ କେବେ ମାଳ ମାଳ ମୋବାଇଲ୍‌ ମିଳିଲାଣି। ଖାଲି ଏତିକି ନୁହେଁ, ଜେଲ୍ ଭିତରେ ମାରଣାସ୍ତ୍ର…
ଅଧିକ ଖବର ଦେଖନ୍ତୁ...

ମୋ’ ପୁଅକୁ ପୋଡ଼ନି, ତା’କୁ କଷ୍ଟ ହେବ…

ଭୁବନେଶ୍ବର: ‘‘ମୋ’ ପୁଅକୁ ପୋଡ଼ନି, ତା’କୁ କଷ୍ଟ ହେବ। ମୋ’ ଧନ, ତୁ ମୋ’କୋଳକୁ ପୁଣି ଫେରି ଆସେରେ ...!’’ ଗେଲବସରରେ ବଢ଼ିଥିବା ପୁଅର ଶବକୁ ଧରି ଏମିତି ବାହୁନି ବାହୁନି କାନ୍ଦୁଥିଲେ ମାଆ। କେବଳ ମାଆ ନୁହନ୍ତି, ସତ୍ୟନଗର ଶ୍ମଶାନ‌ରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...