ଇଂଜିନିୟର ଓ ମ୍ୟାନେଜମେଣ୍ଟ୍‌ ଡିଗ୍ରୀଧାରୀ ଯୁବକମାନେ ନେଲେ ନାଗାସାଧୁ ହେବାର ଦୀକ୍ଷା

ପ୍ରୟାଗରାଜ: ଆଜି ମୌନି ଅମାବାସ୍ୟା ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଭିନ୍ନ ଭିନ୍ନ ବୃତ୍ତିଧାରୀ ପ୍ରାୟ ୧୦ ହଜାର ବ୍ୟକ୍ତି ନାଗାସାଧୁ ହେବାର ଦୀକ୍ଷା ଗ୍ରହଣ କରିଛନ୍ତି। ଏମାନଙ୍କ ଭିତରେ ଇଂଜିନିୟର ଓ ମ୍ୟାନେଜମେଣ୍ଟ୍‌ ଡିଗ୍ରୀଧାରୀ ଯୁବକମାନେ ମଧ୍ୟ ଥିବା ଜଣାଯାଇଛି। ୨୭ ବର୍ଷୀୟ ରଜତ କୁମାର ଜଣେ ମାରାଇନ୍‌ ଇଂଜିନିୟର୍‌। ୨୯ ବର୍ଷୀୟ ଶମ୍ଭୁ ଗିରି ଜଣେ ମ୍ୟାନେଜମେଣ୍ଟ୍‌ ସ୍ନାତକ , ଯିଏ କି ୟୁକ୍ରେନରୁ ଶିକ୍ଷା ସମାପ୍ତି କରିଛନ୍ତି। ଉଜ୍ଜୟିନୀର ପ୍ଲସଟୁ ଟପ୍‌ର ଘନଶ୍ୟମ ଗିରିଙ୍କ ଭଳି ଯୁବକମାନେ ଏହି ଦୀକ୍ଷା ଗ୍ରହଣ କରିଛନ୍ତି। ଏମାନେ ସମସ୍ତେ ଲଣ୍ଡା ହୋଇ ନିଜର ପିଣ୍ଡ ଦାନ କରିବାପରେ ରାତିସାରା ପବିତ୍ର ଅଗ୍ନି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ। ଏହାପରେ ସେମାନଙ୍କୁ ନାଗାସାଧୁଙ୍କ ସଂସାରରେ ସାମିଲ କରାଯାଇଛି। ଦୀକ୍ଷା ଗ୍ରହଣ ପରେ ଏମାନେ ସମସ୍ତେ ନିଜ ନିଜ ଗୁରୁଙ୍କ ନିର୍ଦ୍ଦେଶକ୍ରମେ ନବ-ପ୍ରବର୍ଦ୍ଧିତ ନାଗା ବା ହିମାଳୟରେ ଧ୍ୟାନ କରି ସମୟ ବିତାଇବେ ବା ସାମାଜିକ କାର୍ଯ୍ୟ କରିବେ ବୋଲି ଜଣାଯାଇଛି। ଦୀକ୍ଷା ଗ୍ରହଣ ପରେ ସମସ୍ତଙ୍କ ନାଆଁ ମଧ୍ୟ ବଦଳି ଯାଇଛି।

ସମ୍ବନ୍ଧିତ ଖବର