ଆଇପିଏଲ : ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୨୩୫ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୨୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଆଗରେ ବିଜୟ ପାଇଁ ୨୩୫ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ ଆରମ୍ଭରୁ ଏକ ବଡ଼ ପାର୍ଟନରସିପ କରି ଏକ ଭଲ ମୂଳଦୂଆ ସ୍ଥାପନ କରିଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ଯଥାକ୍ରମେ ୪୯ ରନ ଓ ୪୨ ରନ କରିଥିଲେ । ତେବେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ କରିଥିଲେ । ତେବେ ଇନିଂସର ଶେଷ  ୪ଓଭରରେ ଦଳର ୨ ବ୍ୟାଟ୍ସମ୍ୟାନ ଟିମ ଡେଭିଡ୍  ଓ ରୋମାରିଓ ସେଫାର୍ଡ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୩୪ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ଡେଭିଡ୍ ମାତ୍ର ୨୧ଟି ବଲରୁ ୪୫ରନ କରିଥିବାବେଳେ ସେଫାର୍ଡ ମାତ୍ର ୧୦ଟି ବଲରୁ ୩୯ ରନ କରିଥିଲେ ।

ସମ୍ବନ୍ଧିତ ଖବର