ଶଙ୍ଖ ଭବନରେ ଡାକ୍ତର ଦାମୋଦର ରାଉତଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶଙ୍ଖ ଭବନରେ ଡାକ୍ତର ଦାମୋଦର ରାଉତଙ୍କ ପାର୍ଥୀବ ଶରୀର  ରହିଛି। ଏଠାରେ ତାଙ୍କୁ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୀର୍ଘଦିନ କାର୍ଯ୍ୟ କରିଥିଲେ ବରିଷ୍ଠ ନେତା ଦାମୋଦର ରାଉତ।

ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାମଙ୍କ ବିୟୋଗରେ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିବା ସହ ତାଙ୍କ କାର୍ଯ୍ୟ ଦକ୍ଷତାକୁ ସ୍ମରଣ କରିଥିଲେ ଏବଂ ତାଙ୍କର ବିୟୋଗ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର