ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବାଘ ଭାବି ଫିସିଂ କ୍ୟାଟ୍‌କୁ ମାରିଦେଲେ

ପୁରୀ/ଗୋପ: ବାଘ ଭାବି ଫିସିଂ କ୍ୟାଟ୍‌(କଟାସ)କୁ ପିଟି ପିଟି ମାରି ଦେଇଛନ୍ତି ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗୋପ ବ୍ଲକ୍‌ ତଥା ଅସ୍ତରଙ୍ଗ ବନାଞ୍ଚଳ ଅଧୀନ କାଦୁଆ ନଈ ନିକଟ ପଲ୍ଲୀଠାରେ। ଏହି ଘଟଣା ପରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିବେକ କୁମାର ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ସରୁଛି ଲୋକାୟୁକ୍ତଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂହଙ୍କ କାର୍ଯ୍ୟକାଳ ଆସନ୍ତାମାସ ୧୯ ତାରିଖରେ ଶେଷ ହେବ। ଏହାସହ ସଦସ୍ୟ(ଜୁଡିସିଆଲ) ଜଷ୍ଟିସ ବିଜୟ କୁମାର ନାୟକଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଛି। ଏହାପୂର୍ବରୁ ପରବର୍ତ୍ତୀ ଲୋକାୟୁକ୍ତ ନିଯୁକ୍ତି ନେଇ…
ଅଧିକ ଖବର ଦେଖନ୍ତୁ...

କୋ-ଅପରେଟିଭ୍ ସୋସାଇଟି ନାଁରେ ବଡ଼ ଠକେଇ: ବାର୍ଷିକ ୧୨% ସୁଧର ଲୋଭ ଦେଖାଇ ଟଙ୍କା ହଡ଼ପ

କଟକ: ଭୁବନେଶ୍ବରର ଏକ କୋ-ଅପରେଟିଭ୍ ସୋସାଇଟି ଆସାମ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଜମାକାରୀଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକି ନେଇଛି। ବାର୍ଷିକ ୧୨ରୁ ୧୩ ପ୍ରତିଶତ ସୁଧ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକିନେଇଥିବା ସଂପର୍କରେ ଜମାକାରୀମାନେ କ୍ରାଇମବ୍ରାଞ୍ଚରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଏମ୍‌ସ ଭୁବନେଶ୍ୱରର ‘କାଏଜ୍‌ମା-୨୦୨୪’ ଉଦ୍‌ଘାଟିତ; ଦେଶର ଯୁବଗୋଷ୍ଠୀଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ: ରାଜ୍ୟପାଳ

ଭୁବନେଶ୍ବର: କୋଭିଡ୍ ମହାମାରୀ ସମୟରେ ଏମ୍‌ସ ଭୁବନେଶ୍ୱର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଅବଦାନ ଗୁରୁତ୍ବପୂର୍ଣ୍ଣ। ଅନ୍ୟଦିଗରେ ଯୁବଗୋଷ୍ଠୀଙ୍କ ନେତୃତ୍ବରେ ଭାରତ ବିକଶିତ ହେବାରେ ଲାଗିଛି। ଷ୍ଟାର୍ଟଅପ୍…
ଅଧିକ ଖବର ଦେଖନ୍ତୁ...

ଓୟୁଟିଆର୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବ: ‘କୃତ୍ରିମ ମେଧାର ସକାରାତ୍ମକ ପ୍ରୟୋଗ କର’

ଭୁବନେଶ୍ୱର: ବିଶ୍ୱସ୍ତରରେ ବୈଷୟିକ କ୍ଷେତ୍ରର ଦ୍ରୁତ ବିକାଶ ହେଉଛି। ‌ସେଥି ମଧ୍ୟରୁ କୃତ୍ରିମ ମେଧା(ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ପ୍ରଯୁକ୍ତିବିଦ୍ୟାର ଏକ ଅଦ୍ଭୁତ ଆବିଷ୍କାର। ଏହାର ପ୍ରୟୋଗ ଏବେ ପ୍ରତି କ୍ଷେତ୍ରରେ ବ୍ୟାପକ ହେବାରେ ଲାଗିଛି। ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ଆକଳନ…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ: ପ୍ରୋଟେଷ୍ଟ ପିଟିସନ୍ ଦାଖଲ କଲେ ସୋମାଲିକା

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ପୁଣି ବଢ଼ିଛି। ପୁଲିସର ଚୂଡ଼ାନ୍ତ ରିପୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇଥିଲେ ବି ପୁଣି ଥରେ ସେ ଆଇନ ଜାଲରେ ଛନ୍ଦି ହେବାକୁ ଯାଉଛନ୍ତି। ସୋମାଲିକା ଆଣିଥିବା ଅଭିଯୋଗର କୌଣସି ସତ୍ୟତା ବା ସେମିତି କିଛି ତଥ୍ୟ ପ୍ରମାଣ ମିଳୁ ନ ଥିବା…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ନକଲି ଡାକ୍ତର ମାମଲା: ଓସିଏମ୍‌ଆର ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ: ନକଲି ଡାକ୍ତରଙ୍କ ‌ଯୋଗୁ ରାଜ୍ୟରେ ନିରୀହ ଲୋକ ଯେପରି ହଇରାଣ ନ ହୁଅନ୍ତି, ସେ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବୈଧ ଡିଗ୍ରି ଅଥବା ପ୍ରମାଣପତ୍ର ନ ଥାଇ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି ଦର୍ଶାଇ କାର୍ଯ୍ୟ କରିବା ଏକ ଫୌଜଦାରୀ ଅପରାଧ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ମିସନ ଶକ୍ତି ମା’ମାନଙ୍କ ପାଇଁ ଘୋଷଣା: ବିନା ସୁଧରେ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୭୦ ଲକ୍ଷ ସ୍ବୟଂସହାୟକ ଗୋଷ୍ଠୀ ମା’ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିସନ ଶକ୍ତି ଋଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାସହିତ ମିସନ ଶକ୍ତି ମା’ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ପର୍ଯ୍ୟାୟରେ ଧାନ ସଂଗ୍ରହ: ମଣ୍ଡି ମାଡ଼ିନାହାନ୍ତି ୪.୪୫ ଲକ୍ଷ ଚାଷୀ

ଭୁବନେଶ୍ବର: ବନ୍ଦ ହେବାକୁ ବସିଲାଣି ମଣ୍ଡି। ପଞ୍ଜୀକରଣ ପରେ ବି ଧାନ ବିକ୍ରୟ କରି ପାରି ନାହାନ୍ତି ୪ ଲକ୍ଷ ୪୫ ହଜାର ୮୯୦ ଚାଷୀ। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ଧାନ ବାହାର ରାଜ୍ୟକୁ ଚାଲିଯାଇଥିବାରୁ ମଣ୍ଡି ଆସିନଥିବା ଚାଷୀଙ୍କ ସଂଖ୍ୟା ଗତବର୍ଷମାନଙ୍କ ଠାରୁ ବଢିଥିବା କୁହାଯାଉଛି।…
ଅଧିକ ଖବର ଦେଖନ୍ତୁ...

ନେରେଡ଼ିବାଲସାରେ ଆନ୍ଧ୍ରର ସ୍ବାସ୍ଥ୍ୟ ଶିବିର: ସନ୍ଦେହ ବଢ଼ାଇଲା ପୁଲିସର ଉପସ୍ଥିତି

ପଟାଙ୍ଗି: ସ୍ବାସ୍ଥ୍ୟ ଶିବିର ଆଳରେ ପୁଣି କୋଟିଆରେ ଅନୁପ୍ରବେଶ କରିଛି ଆନ୍ଧ୍ର। ନେରେଡ଼ିବାଲସା ଗାଁରେ ଆନ୍ଧ୍ର ସ୍ବାସ୍ଥ୍ୟ ବିଭାଗ ଏହି ଶିବିର ଆୟୋଜନ କରିଥିଲା। ଆଖପାଖ ଗାଁରୁ ଲୋକଙ୍କୁ ଆଣି ପ୍ରାୟ ୪୦୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମାଗଣାରେ ରୋଗୀଙ୍କୁ ଔଷଧ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...