ସୂଚନା ଓ ଲୋକସଂପର୍କ ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଭୁବନେଶ୍ବର : ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗରେ ଆଜି ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଗତ ଜୁନ୍ ୩୦ତାରିଖରେ ଅବସର ନେଇଥିବାବିଭାଗର ଯୁଗ୍ମ ନିର୍ଦେଶକ ମାନସରଂଜନ ଖୁଣ୍ଟିଆ, ବରିଷ୍ଠ କ୍ୟାମେରାମ୍ୟାନ ବିନୟ ତ୍ରିପାଠୀ, ଫଟୋଗ୍ରାଫର ମଲ୍ଲିମଣୀ ସୋରେନ୍ ଓ ଅର୍ଜୁନ କୁମାର ଗୌଡ଼ଙ୍କ ପାଇଁ ବିଭାଗର କର୍ମଚାରୀ କଲ୍ୟାଣ କମିଟି ପକ୍ଷରୁ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା।

ବିଭାଗୀୟ ନିର୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଅବସର ଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିଭାଗୀୟ କାର୍ଯ୍ୟପ୍ରତି ଅବଦାନ ସ୍ମରଣୀୟ ରହିଥିଲା। ଅବସରକାଳୀନ ସମୟରେ ସେମାନେ ମାନସିକସ୍ତରରେ ସୁସ୍ଥ ଓ ଦୃଢ଼ ରହି ନିରୋଗ ରହିବାକୁ ଶ୍ରୀ ପରିଡ଼ା କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଉପ-ନିର୍ଦେଶକ ବିଶ୍ବଜିତ ଦାଶ, ସହକାରୀ ନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ସାଉଣ୍ଡ ରେକର୍ଡିଷ୍ଟ ଶୋଭା ପଟ୍ଟନାୟକ, କବିତା ନାୟକ, ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗୀୟ ଉପ-ନିର୍ଦେଶକ, ଉପ-ବିଭାଗୀୟ କର୍ମଚାରୀ, ସୂଚନା ଅଧିକାରୀ ଓ କର୍ମଚାରୀ କଲ୍ୟାଣ ସମିତିର କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର