ଏବେ ବିଜେଡି ଜାଣିସାରିଛି ତାଙ୍କର ଆଉ ସ୍ଥିତି ନାହିଁ, ଇଏ ଦୁର୍ଗପତନର ବେଳ: ଭର୍ତ୍ତୃହରି ମହତାବ

ଭୁବନେଶ୍ୱର: ଏବେ ବିଜେଡି ଜାଣିସାରିଛି ତାଙ୍କର ଆଉ ସ୍ଥିତି ନାହିଁ। ଏବେ ଦୁର୍ଗପତନର ବେଳ ଆସିଛି। କଟକରୁ ବିଜେପିର ଲୋକସଭା ପ୍ରାର୍ଥୀ ଘୋଷିତ ହେବା ପରେ ଭୁବନେଶ୍ୱର ବିମାନବନ୍ଦରରେ ଗଣମାଧ୍ୟମକୁ ଏଭଳି କହିଛନ୍ତି ଭର୍ତ୍ତୃହରି ମହତାବ। ସେ ଆହୁରି କହିଛନ୍ତି, ୨୦୨୪ ଜୁନରେ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

କଟକରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବା ପରେ ଭୁବନେଶ୍ୱର ବିମାନବନ୍ଦରରେ ଭର୍ତ୍ତୃହରି ମହତାବଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସିନେ ଅଭିନେତା ତଥା ବିଜେପି ନେତା ଶ୍ରୀତମ ଦାସ ଓ ଅରିନ୍ଦମ ରାୟଙ୍କ ସମେତ ତାଙ୍କୁ ବିଶାଳ ଶୋଭ‌ାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଉଛି।

ସମ୍ବନ୍ଧିତ ଖବର