ଟ୍ରାଙ୍କୁଲାଇଜ ପରେ ଆହତ ହାତୀର ଚିକିତ୍ସା

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଟାଙ୍ଗିରିଆପାଳ ପଞ୍ଚାୟତ ବାଲିଦାଣ୍ଡସାହି ନିକଟରେ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ଆହତ ହୋଇଥିବା ମାଈହାତୀର ଚିକିତ୍ସା କରାଯାଇଛି। ଓୟୁଏଟି ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ତା’ର ଚିକିତ୍ସା କରାଯାଇଛି। ନନ୍ଦନକାନନରୁ ଆସିଥିବା ଟ୍ରା‌ଙ୍କୁଲାଇଜ୍‌ ଦଳ ହାତୀଟିକୁ ଦୁର୍ଘଟଣାସ୍ଥଳଠାରୁ ଦୁଇ କିଲୋମିଟର ଦୂର ରେବଣା ସଂରକ୍ଷିତ ଜଙ୍ଗଲରେ ଠାବ କରିଥିଲେ। ସେଠାରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ବାରିପଦା ଓ କେନ୍ଦୁଝରର ବନ୍ୟପ୍ରାଣୀ ଚିକିତ୍ସକ ଦଳ ତା’ର ଚିକିତ୍ସା କରିଛନ୍ତି।

ଏହି ସମୟରେ ଆନନ୍ଦପୁର ବନ୍ୟପ୍ରାଣୀ ଡିଏଫ୍‌ଓ ଅଭୟ କୁମାର ଦଳେଇ, ଏସିଏଫ୍‌ ପ୍ରଫୁଲ୍ଲ କୁମାର ମଲ୍ଲିକ, ବ୍ରାହ୍ମଣୀପାଳ ରେଞ୍ଜର ରମାକାନ୍ତ ସେଠୀ, ରେବଣାପଳାଶପାଳ ବନପାଳ ବୁଦ୍ଧଦେବ ସାହୁ, ବ୍ରାହ୍ମଣୀପାଳ ବନପାଳ ଭୀମସେନ ଦେହୁରୀ, ବନରକ୍ଷୀ ରଶ୍ମିରଂଜନ ରାଉତଙ୍କ ସମେତ ବ୍ରାହ୍ମଣୀପାଳ ଓ ଦେଓଗାଁ ରେଞ୍ଜର ବନ କର୍ମଚାରୀମାନେ ଉପସ୍ଥିତ ଥିଲେ। ଚିକିତ୍ସା ପରେ ବନ ବିଭାଗ କର୍ମଚାରୀମାନେ ଆହତ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର