ଭାରତରେ ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩

ନୂଆଦିଲ୍ଲୀ: ଭାରତୀୟ ବଜାରରେ ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩ କୁ ଲଞ୍ଚ୍‌ କରାଯାଇଛି । ଏହା ଏବେ କେବଳ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ । ଏହାର ପେଟ୍ରୋଲ ଭାରିଆଣ୍ଟ ଚଳିତ ବର୍ଷ ଶେଷଭାଗରେ ବଜାରକୁ ଆସିବ । ବିଏମ୍‌ଡବ୍ଲ୍ୟୁ ଏକ୍ସ୩ ଏକ୍ସ ଡ୍ରଇଭ୍‌ ୨୦ଡି ଏକ୍ସପିଡିସନ ର ଏକ୍ସସୋରୁମ୍‌ ମୂଲ୍ୟ ୪୯,୯୯,୦୦୦ଟଙ୍କା ରହିଥିବାବେଳେ, ଏହାର ଲକଜୁରୀ ଲାଇନର ମୂଲ୍ୟ ରହିଛି ୫୬,୭୦,୦୦୦ ଟଙ୍କା। ଏଥିରେ ଥିବା ଅତୁଳନୀୟ ବିଏମ୍‌ଡବ୍ଲ୍ୟୁ ଟ୍ଵିନ୍‌ ପାୱାର୍‌ ଟେକ୍ନୋଲୋଜି ଉଚ୍ଚମାନର କାର୍ଯ୍ୟଦକ୍ଷତା ଯୁକ୍ତ ସର୍ବାଧିକ ଶକ୍ତି ପ୍ରଦାନ କରିଥାଏ। ବିଏମ୍‌ଡବ୍ଲ୍ୟୁ ଏକ୍ସ ୩ ଏକ୍ସ ଡ୍ରଇଭ୍‌ ୨୦ଡି ର ଟୁ-ଲିଟର୍‌ ଫୋର୍‌-ସିଲିଣ୍ଡର୍‌ ଡିଜେଲ୍‌ ଇଂଜିନ୍‌ ୧୪୦କିୱା/୧୯୦ ଏଚ୍‌ପି ଆଉଟ୍‌ପୁଟ୍‌ ଓ ୧୭୫୦-୨୫୦୦ ଆର୍‌ପିଏମ୍‌ରେ ୪୦୦ ଏନ୍‌ଏମ୍‌ର ସର୍ବାଧିକ ଟର୍କ ସୃଷ୍ଟି କରିଥାଏ। ଏହି କାର୍‌ ମାତ୍ର୮ସେକେଣ୍ଡ୍‌ ମଧ୍ୟରେ ଘଣ୍ଟା ପ୍ରତି ୦ରୁ ୧୦୦ କିମି ପର୍ଯ୍ୟନ୍ତ ତ୍ୱରିତ ହୋଇଥାଏ। ଏଇଟ୍‌-ସ୍ପିଟ୍‌ ସ୍ପେକ୍ଟେନିକ୍‌ ଅଟୋମେଟିକ୍‌ ଟ୍ରାନ୍ସମିସନ୍‌ ଉତ୍ତମ ଓ ଅନନୁଭୂତ ଗିୟର୍‌ ସିଫ୍ଟ ପ୍ରଦାନ କରିଥାଏ। ଯେ କୌଣସି ସମୟରେ, ଯେ କୌଣସି ଗିୟର୍‌ରେ, ଟ୍ରାନ୍ସମିଶନ୍‌ ଏହାର ପୂର୍ଣ୍ଣ ଶକ୍ତି ଓ କାର୍ଯ୍ୟଦକ୍ଷତାକୁ ବିକଶିତ କରି ଇିନ୍‌ ସହିତ ଭଲ ଭାବରେ ସଂଯୋଗ ହୋଇଥାଏ। ଗାଡ଼ିଚାଳନାରେ ଆନନ୍ଦ ପ୍ରଦାନ କରିବା ପାଇଁ, ଏଇଟ୍‌-ସ୍ପିଟ୍‌ ସ୍ପେକ୍ଟେାନିକ୍‌ ଟ୍ରାନ୍ସମିସନ୍‌ ଷ୍ଟିୟରିଂ ପାଡେଲ୍‌ ସିଫ୍ଟର୍‌ସ ସହ ଉପଲବ୍ଧ।

ସମ୍ବନ୍ଧିତ ଖବର