୨ ଲକ୍ଷ ଟଙ୍କିଆ ଫ୍ୟାନ, ଆପଣଙ୍କ କଥାରେ ବୁଲିବ-ଚୁପ କହିଲେ ଅଟକିଯିବ

ନୂଆଦିଲ୍ଲୀ: ଫିଚର ଫୋନ ପରେ ଏବେ ଆମେ ସମସ୍ତେ ସ୍ମାର୍ଟଫୋନକୁ ଆପଣାଉଛେ | କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏବେ ଏମିତି ଏକ ଫ୍ୟାନ ଆସିଯାଇଛି ଯାହା ଆପଣଙ୍କ କଥା ହିସାବରେ କାମ କରିବ | ଲକଜଏୟାର ନାମକ କମ୍ପାନୀ ଭାରତରେ ଏମିତି ଏକ ସ୍ମାର୍ଟ ଫ୍ୟାନ ଲଞ୍ଚ କରିଛି ଯାହାକି ଆଇଓଟି ସଂଯୁକ୍ତ ରହିଛି | ଏହି ମଡେଲର ନାମ ଲକଜ ୫୦୯୨ ରହିଛି | ଏହି ଫ୍ୟାନର ମୂଲ୍ୟ ୧ ଲକ୍ଷ ୯୨ ହଜାର ଟଙ୍କା ରହିଛି | ତେବେ ଏହି ଫ୍ୟାନରେ ଏଭଳି କିଛି ସ୍ମାର୍ଟ ଉପକରଣ ଲାଗିଛି ଯେଉଁଥିପାଇଁ ଫ୍ୟାନର ମୂଲ୍ୟ ସର୍ବାଧିକ ରହିଛି |

କଣ ରହିଛି ଫ୍ୟାନର ବିଶେଷତ୍ୱ
-ଏହି ଫ୍ୟାନର ମୋଟର ଉପରେ ୧୦ ବର୍ଷର ୱାରେଣ୍ଟି ଦିଆଯାଇଛି |
-ଫ୍ୟାନରେ ୬ଟି ବ୍ଲେଡ ରହିଥିବାବେଳେ କଥା କହିବା ଦ୍ୱାରା ଫ୍ୟାନ ନିୟନ୍ତ୍ରଣ ହୋଇଥାଏ |
-ଆପଣଙ୍କ କଥା ଅନୁଯାୟୀ ଫ୍ୟାନର ବେଗ ବଢିଥାଏ |
-ଏହି ସ୍ମାର୍ଟ ଫ୍ୟାନରେ ଏଲେକସା, ଗୁଗୁଲ ଆସିଷ୍ଟାଣ୍ଟ ସପୋର୍ଟ ଡିଜାଇଛି |
-ଟିଭି ରିମୋଟ ଭଳି କଣ୍ଟ୍ରୋଲ କରିହେବ ଏହି ଫ୍ୟାନ |
-ମୋଟର ତଳେ ଏଲଇଡ଼ି ଲାଇଟ ଦିଆଯାଇଛି |
-ଅନ୍ୟ ଫ୍ୟାନ ଅପେକ୍ଷା ୭୦ ପ୍ରତିଶତ ବିଜୁଳି ସଂରକ୍ଷଣ କରିଥାଏ |
-୯୩୨୫ ସିଏଫଏମ(କ୍ୟୁବିକ ଫିଟ ପର ମିନିଟ) ପବନ ଦେଇଥାଏ |
ତେବେ ବର୍ତ୍ତମାନ ଏହି ଫ୍ୟାନକୁ ଆପଣ ବାଙ୍ଗାଲୋର ଓ କୋଚିରୁ ହିଁ କିଣିପାରିବେ | ଏହା ଛଡା ଅନଲାଇନରେ ଲକଜଏୟାର ୱେବସାଇଟକୁ ଯାଇ କିଣିପାରିବେ |

ସମ୍ବନ୍ଧିତ ଖବର