ଏୟାରଟେଲ ଲଞ୍ଚ କଲା ନୂଆ ପ୍ଲାନ୍‌, ପ୍ରତିଦିନ ମିଳିବ ୧.୪ଜିବି ଡାଟା

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ବିଭିନ୍ନ ପ୍ରକାର ପ୍ଲାନ୍‌ର ଘୋଷଣା କରିଛି। ଲୋକମାନଙ୍କୁ ଭାରତୀ ଏୟାରଟେଲ ପ୍ଲାନ୍‌ ବି ବଡ଼ ପସନ୍ଦ ଆସୁଥିବା କଥା କମ୍ପାନି ପକ୍ଷରୁ ଦାବି କରାଯାଇଛି। ଭାରତୀ ଏୟାରଟେଲ କମ୍ପାନି ୧.୪ଜିବି ଦୈନିକ ଡାଟା ପ୍ରିପେଡ୍‌ ପ୍ଲାନ୍‌ ପରେ ନିଜ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ପ୍ରିପେଡ୍‌ପ୍ଲାନ୍‌ ଆରମ୍ଭ କରିଛି।

ଏୟାରଟେଲ ୪୧୯ଟଙ୍କାର ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ କରିଛି। ଯାହାକି କମ୍ପାନିର ପୂର୍ବରୁ ପ୍ଲାନ୍‌ ୩୯୯ଟଙ୍କା ଓ ୪୪୮ ପ୍ରିପେଡ୍‌ ପ୍ଲାନ୍‌ ମଧ୍ୟରେ ରହିଛି। ଯାହା ବ୍ୟବହାରକାରୀଙ୍କୁ ପ୍ରତିଦିନ ୧.୪ ଜିବି ଡାଟା ଉପଲବ୍ଧ କରାଇଥାଏ। ୩୯୯ଟଙ୍କା ଓ ୪୪୮ ଟଙ୍କାର ରିଚାର୍ଜ ପ୍ଲାନ୍‌ ପରେ ଏୟାରଟେଲ ନୂଆ ଓପନ୍‌ ମାର୍କେନ୍‌ ରୂପରେ ୪୧୯ ପ୍ରିପେଡ୍‌ ରିଚାର୍ଜ ଲଞ୍ଚ କରାଯାଉଛି। ଯାହାର ଅର୍ଥ କୌଣସି ବି ଏୟାରଟେଲ ପ୍ରିପେଡ଼ ଗ୍ରାହକ ଏହି ଯୋଜନାକୁ ରିଚାର୍ଜ କରି ଲାଭ ଉଠାଇ ପାରିବେ। ଏହି ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ପ୍ରତିଦିନ ୧.୪ଜିବି ଡାଟା, କୌଣସି ଏଫୟୁପି ସୀମା ବିନା ଅସୀମିତ ଭଏସ୍‌ କଲ ଓ ୭୫ଦିନ ଅବଧି ମଧ୍ୟରେ ପ୍ରତିଦିନ ୧୦୦ଏସ୍‌ଏମ୍‌ଏସ୍‌ ଉପଲବ୍ଧ ହେବ। ଅନ୍ୟ ପ୍ଲାନ୍‌ର କଥା କହିବାକୁ ଗଲେ ଏୟାରଟେଲ ୩୯୯ ପ୍ରିପେଡ୍‌ ପ୍ଲାନ୍‌ ୭୦/୮୪ ଦିନର ଲାଭ ସହିତ ଆସିଥାଏ। ସେହିପରି ୪୪୮ଟଙ୍କାର ପ୍ଲାନ୍‌ରେ ରିଚାର୍ଜ କଲେ ୮୨ଦିନର ବୈଧତା ପ୍ରଦାନ କରାଯାଇଥାଏ।

 

ସମ୍ବନ୍ଧିତ ଖବର