୪୧ ହଜାର ଟପିଲା ରୁପା ଦର, ଜାଣନ୍ତୁ ସୁନା ଦର କେତେ?

ନୂଆଦିଲ୍ଲୀ: ବାହା ବଜାରକୁ ମାନ୍ଦା କରୁଛି ସୁନା ଓ ରୁପାର ଚଢ଼ା ଦର। ନିକଟରେ ଉୟଭ ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଖବର ଗ୍ରାହକଙ୍କୁ ଦୁଃଖି କରିଥିବା ବେଳେ ଖୁବ୍‌ କମ୍‌ ଦିନ ଅନ୍ତରରେ ପୁଣି ଉପୁଜିଛି ସମାନ ସମସ୍ୟା। ଜାଣିବାକୁ ମିଳିଛି ଯେ ଦିଲ୍ଲୀ ବଜାରରେ ଉଭୟ ସୁନା ଓ ରୁପା ଦରରେ ବୃଦ୍ଧି ଘଟିଛି। ସୁନା ଦର ୫ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୩୮୮୮୦ ଟଙ୍କାରେ ପହଞ୍ଚିଥିବା ବେଳେ ରୁପା ଦର ବଢ଼ିବା ସହ କିଲୋ ପିଛି ୪୧୦୦୦ ଟଙ୍କାରେ ପହଞ୍ଚିଛି। ଜାଣିବାକୁ ମିଳିଛି ଯେ କିଲୋ ପିଛା ରୁପା ଦର ୩୪୦ ଟଙ୍କା ବଢ଼ିଛି।

ବ୍ୟବସାୟୀଙ୍କ କହିବା ଅନୁସାରେ ଘରୋଇ ବଜାରରେ ସୁନାର ଚାହିବା ହେତୁ ବେପାର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥିବା ନେଇ ଏପରି ଦର ବୃଦ୍ଧି ପାଇଛି। ଦିଲ୍ଲୀ ପରି ସିଙ୍ଗାପୁର୍‌ରେ ମଧ୍ୟ ଉଭୟ ସୁନା ଓ ରୁପା ଦର ବଢ଼ିଥିବାର ଦେଖିବାକୁ ମିଳିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନିକଟରେ ୧୫ ଦିନ ମଧ୍ୟରେ ଥରେ ଦିଲ୍ଲୀ ବଜାରରେ ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର