ବିଏସ୍‌ଏନ୍‌ଏଲର ଧମାକା ଅଫର : ମାତ୍ର ୧୯ଟଙ୍କାରେ ମିଳିବ ୨ଜିବି ଡାଟା

ନୂଆଦିଲ୍ଲୀ : ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ ନିଜ ଗ୍ରାହକମାନଙ୍କ ପାଇଁ ଆଣିଛି ଏକ ଧମାକାଦାର ଅଫର । ଏବେ ମାତ୍ର ୧୯ଟଙ୍କାରେ ୨ଜିବି ଡାଟା ଦେବାକୁ ଯାଉଛି ବିଏସ୍‌ଏନ୍‌ଏଲ । କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଓ୍ଵାଇଫାଇ ହଟ୍‌ସ୍ପଟ୍‌ ଭାଉଚର୍ସ ଆଣିଥିବା ଜଣା ପଡ଼ିଛି । ଏହି ଟାରିଫ୍‌ ଭାଉଚର୍ସର ଲାଭ ଗ୍ରାହକମାନେ କମ୍ପାନିର େଓ୍ଵବ୍‌ସାଇଟ୍‌କୁ ଯାଇ ଉଠାଇ ପାରିବେ । ଏ ନେଇ କମ୍ପାନି ତରଫରୁ ୪ଟି ପ୍ଲାନ୍‌ ଦିଆ ଯାଇଛି । କିନ୍ତୁ ସବୁଠାରୁ ବଡ଼ କଥା ହେଲା ୪ଟି ଯାକ ପ୍ଲାନ୍‌ର ମୂଲ୍ୟ ୧୦୦ଟଙ୍କାରୁ କମ୍‌ ରହିଛି । ପ୍ରଥମ ପ୍ଲାନ୍‌ର ନାଁ ବିଏସ୍‌ଏନ୍‌ଏଲ ଓ୍ଵାଇଫାଇ ୧୯ ରହିଛି । ଏହି ପ୍ଲାନ୍‌ରେ ଉପଭୋକ୍ତାମାନଙ୍କୁ ୨ଜିବି ଡାଟା ଦିଆ ଯାଉଥିବା ବେଳେ ଏହି ପ୍ଲାନ୍‌ର ସମୟସୀମା ୨ଦିନ ରଖା ଯାଇଛି । ଦ୍ୱିତୀୟ ପ୍ଲାନ୍‌ ବିଏସ୍‌ଏନ୍‌ଏଲ ଓ୍ଵାଇଫାଇ ୩୯ ରହିଛି । ଏହି ପ୍ଲାନ୍‌ରେ ୭ଜିବି ଡାଟା ଉପଭୋକ୍ତାମାନଙ୍କୁ ଦିଆ ଯାଉଛି । ଏହାର ସମସୟସୀମା ୭ଦିନ ରଖାଯାଇଛି ।

jansatta.com

ତୃତୀୟ ପ୍ଲାନ୍‌ର ନାଁ ବିଏସ୍‌ଏନ୍‌ଏଲ ଓ୍ଵାଇଫାଇ ୫୯ରହିଛି । ଉପଭୋକ୍ତାମାନେ ୫୯ ରିଚାର୍ଜ କରିବା ପରେ ସେମାନଙ୍କୁ ୧୫ଜିବି ଡାଟା ୧୫ଦିନର ସମସୟସୀମା ସହ ମିଳିବ । ଚତୁର୍ଥ ପ୍ଲାନ୍‌ର ନାଁ ବିଏସ୍‌ଏନ୍‌ଏଲ ଓ୍ଵାଇଫାଇ ୬୯ ରହିଛି । ୬୯ ରିଚାର୍ଜ କଲେ ଉପଭୋକ୍ତାମାନଙ୍କୁ ୩୦ଜିବିର ଡାଟା ୩୦ ଦିନର ସମୟସୀମା ସହ ମିଳିବ ବୋଲି ଜଣା ପଡ଼ିଛି । ୪ଟି ପ୍ଲାନ୍‌ରେ ସର୍ଭିସ ଟ୍ୟାକ୍ସ ଲାଗୁ ହେବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି । ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ ଏବଂ ନେଟ୍‌ ବ୍ୟାଙ୍କିଙ୍ଗ୍‌ ଜରିଆରେ ଉପଭୋକ୍ତମାନେ ଏହି ପ୍ଲାନ୍‌କୁ ଆକ୍ଟିଭ୍‌ କରି ପାରିବେ ।

ସମ୍ବନ୍ଧିତ ଖବର