ଭାରତୀୟ ବଜାରରେ ହୋଣ୍ଡାର ଭାରତୀୟ ସ୍କୁଟର ବିକ୍ରି ୨୫ ନିୟୁତ ସ୍ତର ଟପିଲା

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସ୍କୁଟର ବିକ୍ରି ପରିମାଣ ୨୫ ନିୟୁତ ମାଇଲଖୁଣ୍ଟ ଅତିକ୍ରମ କରିିଛି। ୧୩ ବର୍ଷରେ ୧୦ ନିୟୁତ ବିକ୍ରି ମାଇଲଖୁଣ୍ଟ ହାସଲ କରିଥିବା ହୋଣ୍ଡା ପରବର୍ତ୍ତି ୩ ବର୍ଷରେ ଆଉ ୧୦ ନିୟୁତ ଗ୍ରାହକ ଯୋଡ଼ିଥିଲା । ପରବର୍ତ୍ତି ୫ ନିୟୁତ ଗ୍ରାହକ ବର୍ଷକ ଭିତରେ ଯୋଡ଼ିଛନ୍ତି । ଭାରତର ଏକମାତ୍ର ସ୍କୁଟର ନିର୍ମାତା ଭାବେ ହୋଣ୍ଡା ଟୁହ୍ଵିଲର୍ସ ଇଣ୍ଡିଆ ଏହି ମାଇଲଖୁଣ୍ଟ ହାସଲ କରିଛି। ୧୮ ବର୍ଷ ପୂର୍ବେ ଆକ୍ଟିଭା ସ୍କୁଟରକୁ ଉନ୍ମୋଚନ କରି ହୋଣ୍ଡା ପକ୍ଷରୁ ଭାରତର ସ୍କୁଟର ବଜାରକୁ ପୂନର୍ଜୀବିତ କରାଯାଇଥିଲା । ୨୦୦୧ରେ ଦୁଇ ଚକିଆ ବଜାର ପ୍ରତି ସ୍କୁଟର ଅବଦାନ ୧୦% ଥିବା ବେଳେ ୨୦୧୮ରେ ୩୨% ହୋଇଯାଇଛି। ଗ୍ରାହକ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ହୋଣ୍ଡା ପକ୍ଷରୁ ଅଧିକ ମଡେଲ୍‌ର ସ୍କୁଟରକୁ ବଜାରରେ ଉନ୍ମୋଚନ କରାଯାଇଛି। ଭାରତୀୟ ଶିଳ୍ପରେ ହୋଣ୍ଡା ପାଖରେ ସର୍ବାଧିକ ସ୍କୁଟର ମଡେଲ୍‌ ରହିଛି। ଗ୍ରାମାଞ୍ଚଳ ବ୍ୟବହାର ଉପଯୋଗୀ କ୍ଲିକ୍‌ ଠାରୁ ଆରମ୍ଭକରି ଆକ୍ଟିଭା, ଆକ୍ଟିଭା ୧୨୫ ଓ ଗ୍ରାଜିଆ ରହିଛି। ଦୁଇ ଚକିଆ ବଜାରରେ ୫୭% ଅଂଶ ସହିତ ହୋଣ୍ଡା ଏକ ନମ୍ବର ସ୍ଥାନରେ ଥିବା ବେଳେ ଦେଶରେ ବିକ୍ରି ହେଉଥିବା ପ୍ରତି ଦ୍ୱିତୀୟ ସ୍କୁଟର ହେଉଛି ହୋଣ୍ଡାର ।

ସମ୍ବନ୍ଧିତ ଖବର