ଏବେ ସୋସିଆଲ ମିଡିଆ ମାଧ୍ୟମରେ ଟଙ୍କା ପଠାଇ ହେବ, ଆସିଆଇସିଆଇ ବ୍ୟାଙ୍କ ଆରମ୍ଭ କଲା ମନିଟୁଇଣ୍ଡିଆ ଆପ୍‌

ମୁମ୍ବାଇ : ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ)ମାନଙ୍କୁ ସୋସିଆଲ୍‌ ମିିଡିଆ ମାଧ୍ୟମରେ ଟଙ୍କା ପ୍ରେରଣ କରିବାର ସୁବିଧା ପ୍ରଦାନ କରାଯାଉଛି। ଏନ୍‌ଆର୍‌ଆଇମାନେ ଭାରତରେ ଥିବା ଯେ କୌଣସି ହିତାଧିକାରୀଙ୍କୁ ହ୍ଵାଟସଆପ୍‌ କିମ୍ବା ଇ-ମେଲ୍‌ ମାଧ୍ୟମରେ ଟଙ୍କା ପଠାଇପାରିବେ। ବ୍ୟାଙ୍କର ମନିଟୁଇଣ୍ଡିଆ ଆପ୍‌ ଜରିଆରେ ଏହି କାମ ସହଜରେ ହୋଇପାରିବ। ଦେଶର ପ୍ରଥମ ବ୍ୟାଙ୍କ ଭାବେ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଏନ୍‌ଆର୍‌ଆଇମାନଙ୍କୁ ଅର୍ଥରାଶି ରେମିଟ୍‌ କରିବାର ଏଭଳି ସୁବିଧା ପ୍ରଦାନ କରାଯାଇଛି ।

ଅର୍ଥରାଶି ପ୍ରେରଣ କରିବାକୁ ହେଲେ ବ୍ୟବହାରକାରୀଙ୍କୁ ଏମ୍‌ଟୁଆଇ ଆପ୍‌ରେ ଏକ ସିକ୍ୟୁର୍‌ ଲିଙ୍କ୍‌ ସୃଷ୍ଟି କରି ତାହାକୁ ହିତାଧିକାରୀଙ୍କ ସୋସିଆଲ୍‌ ମିିଡିଆ ପ୍ରୋଫାଇଲ୍‌ କିମ୍ବା ଇ-ମେଲ୍‌ରେ ସେୟାର କରିବାକୁ ହେବ। ଏହି ଲିଙ୍କ୍‌ର ବୈଧତା ହେଉଛି ୨୪ ଘଣ୍ଟା। ସେହି ଲିଙ୍କ୍‌ରେ ହିତାଧିକାରୀ ନିଜର ବ୍ୟାଙ୍କ ବିବରଣୀ ପ୍ରଦାନ କରିବେ। ଏମ୍‌ଟୁଆଇ ବ୍ୟବହାରକାରୀ ସେହି ବିବରଣୀ ହାସଲ କରି ତାହାକୁ ଯାଞ୍ଚ କରିବା ପରେ ଆପ୍‌୍‌ରେ ପେମେଣ୍ଟ ବିବରଣୀକୁ କନ୍‌ଫର୍ମ (ସ୍ପଷ୍ଟ୍‌) କରିବେ। ଏଥି ସହିତ ସୁରକ୍ଷିତ ଭାବେ ଅର୍ଥରାଶି ଟ୍ରାନ୍ସଫର୍‌ ହୋଇଯିବ। ଆଇସିଆଇସିଆଇ ବ୍ୟାଙ୍କ ଭାରତର ଏକମାତ୍ର ଓ ବିଶ୍ୱର କିଛି ହାତ ଗଣତି ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ଯାହା ସୋସିଆଲ ମିଡିଆ ଜରିଆରେ ଅର୍ଥରାଶି ପ୍ରେରଣ କରୁଛି । ମନିଟୁଇଣ୍ଡିଆ ଆପ୍‌ରେ ସୁରକ୍ଷିତ ଭାବେ ଅର୍ଥରାଶି ପ୍ରେରଣ ହେବ। ଏହା ସୂଚନାକୁ ଗୋପନୀୟ ରଖିଥାଏ। ପ୍ରତି କାରବାର ବେଳେ ଆପ୍‌୍‌ ଓ ବ୍ୟାଙ୍କ ଭଳି ଦୁଇଟି ସ୍ତରରେ ଅଥେଂଟିକେସନ୍‌ (ସ୍ୱୀକୃତି) ହାସଲ କରିବାକୁ ହୁଏ। ତେଣୁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। ଗ୍ରାହକମାନେ ସୁରକ୍ଷିତ ଓ ନିରାପଦରେ ଅର୍ଥରାଶି ପ୍ରେରଣ କରିପାରିବେ।

ସମ୍ବନ୍ଧିତ ଖବର