ଏହି ଅଫର ଜରିଆରେ ଏଣିକି ଟ୍ରେନ୍‌ ଟିକେଟ କାଟିଲେ ମିଳିବ ରିହାତି

ନୂଆଦିଲ୍ଲୀ: ଆଗାମୀ ଦିନରେ ଆପଣ ଯଦି ଭାରତୀୟ ରେଳ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରେଳବାଇ ଏକ ଅଫର ନେଇ ଆସିଛି। ଏଣିକି ଆପଣଙ୍କୁ ଟିକେଟ କାଟିଲା ବେଳେ ବଡ଼ ରିହାତି ମିଳିପାରେ।  ଭାରତୀୟ ରେଳବାଇ କେଟରିଙ୍ଗ ଆଣ୍ଡ ଟୁଇରିଜିମ୍‌  କପରେସନ୍‌ (ଆଇଆର୍‌ସିଟିସି) ଏକ ଅଫର ନେଇ ଆସିଛି ଯାହାକି ଟିକେଟ ଉପରେ ରିହାତ ପ୍ରଦାନ କରୁଛି। ଏହି ଅଫର ଜରିଆରେ irctc.co.in କିମ୍ବା ଆଇଆରସିଟିସି ଆପ୍‌ରେ ଟିକେଟ କାଟିଲେ ଆପଣଙ୍କୁ ୧୦ ପ୍ରତିଶତ ରିହାତି ସହିତ ୧୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ। ଏହି ଟିକେଟ କେବଳ ଦୁଇଟି ପେମେଣ୍ଟ ଅପସନ୍‌ରେ ମିଳିବ।

ଆଇଆରସିଟିସି େଓ୍ଵବସାଇଟ irctc.co.in କିମ୍ବା ତାହାର ଆପ୍‌ରେ ଟିକେଟ ବୁକ୍‌ କରିବା ପରେ ପେଟିଏମ୍‌ ଓ ମୋବିଉଇକ୍‌ରୁ ପେମେଣ୍ଟ କରିବା ଦ୍ୱାରା ଯାତ୍ରୀଙ୍କୁ ଏହି ରିହାତି ମିଳିବ। ଆଇଆରସିଟିସିରେ ମୋବିଉଇକ୍‌ର ଆପ୍‌ରେ ଟଙ୍କା ପୈଠ କରିବା ଦ୍ୱାରା ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥାଏ। ସେହିପରି ପେଟିଏମ୍‌, ଫ୍ଲିପ୍‌କାର୍ଟ ଫୋନ୍‌ପେ ଜରିଆରେ ପୈଠ କଲେ ୧୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ।

ସମ୍ବନ୍ଧିତ ଖବର