ପ୍ରସିଦ୍ଧ କୁମ୍ଭ ମେଳା ଉପଲକ୍ଷେ ଜିଓ ଛାଡିଲା କୁମ୍ଭ ଜିଓ-ଫୋନ

ଭୁବନେଶ୍ୱର : ରିଲାଏନ୍ସ ଜିଓ ପକ୍ଷରୁ ଏବେ ‘କୁମ୍ଭ ଜିଓ-ଫୋନର ଶୁଭାରମ୍ଭ କରିଛି। ପ୍ରସିଦ୍ଧ କୁମ୍ଭମେଳାକୁ ଦୃଷ୍ଟିରେ ରଖି ଜିଓ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଜାନୁଆରୀ ୧୫ରୁ ମାର୍ଚ୍ଚ ୪ ଯାଏ ହେଉଥିବା ଏହି କୁମ୍ଭ ମେଳା ସମୟରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ଭକ୍ତିପୂତ ଅନୁଭୂତିକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଜିଓ ଫୋନ ‘କୁମ୍ଭ ଜିଓ-ଫୋନର ଆରମ୍ଭ କରିଛି। କୁମ୍ଭ ଜିଓ ଫୋନ ଡିଜିଟାଲ ସେବା ମଧ୍ୟରେ ରହିଛି କୁମ୍ଭ ସମ୍ବନ୍ଧରେ ସମସ୍ତ ତଥ୍ୟ ଓ ସୂଚନା, ସ୍ୱତନ୍ତ୍ର ଟ୍ରେନ୍ ଓ ବସ୍ ଭଳି ଗମନାଗମନ ସମ୍ପର୍କିତ ସମସ୍ତ ତଥ୍ୟ। ସ୍ନାନ ଓ ବୁଡ଼ ତଥା ଧାର୍ମିକ ତିଥି ସମୟ ନିର୍ଘଣ୍ଟ, ଜରୁରୀକାଳୀନ ସହାୟତା ନମ୍ବର ସମୂହ, ରାସ୍ତା ଓ ଅଞ୍ଚଳର ମ୍ୟାପ, ଟିକେଟ ବୁକିଂ ଓ ଅପଡେଟ ସୂଚନା,ଷ୍ଟେସନରେ ଯାତ୍ରୀ ଆଶ୍ରୟ ସୂଚନା, ରେଳବାଇ କ୍ୟାମ୍ପ ମେଳା ସମ୍ବନ୍ଧିତ ସୂଚନା ଏଥିରେ ଉପଲବ୍ଧ ହେବ। ଯେକୌଣସି ଜିଓ-ଫୋନରେ ଜିଓ ଷ୍ଟୋରରେ ଉପଲବ୍ଧ ରହିଥିବା ଏହି କୁମ୍ଭ ଜିଓ ଫୋନ ଆପ୍ପରେ ରହିଛି ଫ୍ୟାମିଲି ଖାଇବା ପିଇବାର ସ୍ୱତନ୍ତ୍ର ସୁବିଧା।

ସେହିଭଳି ସମସ୍ତ ଜିଓ ଉପଭୋକ୍ତାଙ୍କୁ କୁମ୍ଭ ମେଳାର ଆନନ୍ଦ ଦେବାପାଇଁ ଜିଓ ଟିଭି ମାଧ୍ୟମରେ କୁମ୍ଭ ଦର୍ଶନରେ ଚଳିତ କୁମ୍ଭର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୁଡ଼ିକର ପ୍ରସାରଣ ସହିତ ପୂର୍ବରୁ ହୋଇଥିବା କୁମ୍ଭ ସମ୍ପର୍କିତ ଭିଡିଓ ଉପଲବ୍ଧ ହେବ। ସେହିଭଳି ଜିଓ ସାବନରେ ସ୍ୱତନ୍ତ୍ର କୁମ୍ଭ ରେଡ଼ିଓରେ କୁମ୍ଭ ମେଳା ସମ୍ପର୍କିତ ଭକ୍ତି ସଂଗୀତ ଓ ଶ୍ଳୋକ ଉପଲବ୍ଧ ହେବ। ଏହାବାଦ କୁମ୍ଭ ମେଳା ସମ୍ପର୍କିତ ସମସ୍ତ ନ୍ୟୁଜ ଆଲର୍ଟ କୁମ୍ଭ ଜିଓ ଫୋନ ଜରିଆରେ ସମସ୍ତଙ୍କ ହାତପାହାନ୍ତାରେ ଉପଲବ୍ଧ ହେବ। ପ୍ରତିଦିନ କୁମ୍ଭ କୁଇଜ ବ୍ୟବସ୍ଥା ରହିଛି, ଯେଉଁଥିରେ ଭାଗନେଇ ଉପଭୋକ୍ତାମାନେ ଉପହାର ଜିତି ପାରିବେ |

ଏସବୁ ସୁବିଧା ସାଙ୍ଗକୁ ଉପଭୋକ୍ତା ଜିଓ ଫୋନର ସମସ୍ତ ଆକର୍ଷଣୀୟ ସୁବିଧା ଯେପରିକି ମାଗଣା ଭଏସ କଲ, ସର୍ବନିମ୍ନ ମୂଲ୍ୟରେ ଅସୀମିତ ଇଣ୍ଟରନେଟ ଏବଂ ଜିଓ ଟିଭି, ଜିଓ ସିନେମା, ଜିଓ ସାବନ ମ୍ୟୁଜିକ, ଜିଓ ଗେମ୍ସ, ଫେସବୁକ, ହ୍ୱାଟ୍ସଅପ୍ପ, ଗୁଗୁଲ ମ୍ୟାପ୍ସ ଭଳି ବିଶ୍ୱସ୍ତରୀୟ ଆପ୍ସର ମଜା ନେଇପାରିବେ।

ସମ୍ବନ୍ଧିତ ଖବର