ନାଲକୋର ରେକର୍ଡ ବକ୍ସାଇଟ ଓ ଆଲୁମିନା ଉତ୍ପାଦନ

ଭୁବନେଶ୍ୱର:  ନ୍ୟାସନାଲ ଆଲୁନିମିୟମ କମ୍ପାନୀ ( ନାଲକୋ), ୨୦୧୮-୧୯ ଆର୍ଥିକ ବର୍ଷରେ ଉଲ୍ଲଖନୀୟ ସଫଳତା ହାସଲ କରି ପାରିବା ସହିତ ବିଶ୍ୱସ୍ତରୀୟ ମାନ୍ୟତା ମଧ୍ୟ ପ୍ରାପ୍ତ କରିଛି  । ଉତ୍ପାଦନ କ୍ଷେତ୍ରରେ ମଧ୍ୟ ସମଗ୍ର ବିଶ୍ୱରେ ସବୁଠାରୁ କମ୍ ବ୍ୟୟରେ ବକ୍ସାଇଟ୍ ଓ ଆଲୁମିନା ଉତ୍ପାଦନକାରୀ ଉଦ୍ୟୋଗ ଭାବେ ନାଲକୋ ଶ୍ରେଷ୍ଠ ମାନ୍ୟତା ହାସଲ କରିଛି ।

ଉଲ୍ଲେଖଯୋଗ୍ୟ ଯେ ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣିରୁ ୭୪.୧୪ ଲକ୍ଷ ଟନ୍ ବକ୍ସାଇଟ୍ ଖନନ ହୋଇଛି ଯାହାକି କମ୍ପାନୀର ଇତିହାସରେ ସର୍ବାଧିକ । ସେହି ପରି, ୭୨.୩୧ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନ ହୋଇଛି, ଯାହା ମଧ୍ୟ ଏ ଯାବତ୍ ସର୍ବାଧିକ । ଚଳିତ ବର୍ଷ ରିଫାଇନେରୀ ୨୧.୫୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରି କମ୍ପାନୀର ଇତିହାସରେ ରେକର୍ଡ୍ ସୃଷ୍ଟି କରିଛି । ଆହୁରି ମଧ୍ୟ, ଷ୍ଟିମ ଏବଂ ପାଓାର ପ୍ଲାଣ୍ଟ ରୁ ସର୍ବାଧିକ ବିଜୁଳି ଉତ୍ପାଦିତ ହୋଇଛି ।  ନାଲକୋର ସ୍ମେଲଟର ଗତ ୮ ବର୍ଷ ମଧ୍ୟରେ ସର୍ବାଧିକ ୪.୪୦ ଲକ୍ଷ ଟନ୍ ଆଲୁନିମିୟମ ଉତ୍ପାଦନ କରିଛି । ଆହୁରି ମଧ୍ୟ, କମ୍ପାନୀ ପ୍ରତିଷ୍ଠା ଦିନ ଠାରୁ ସର୍ବାଧିକ ଓୟାର ରଡ୍, ବିଲେଟ୍, ଗ୍ରିନ ଆନୋଡ, ରଡେଡ୍ ଆନୋଡ, ଟି-ଇନଗୋଟ ଉତ୍ପାଦିତ ହୋଇଛି । ୩୬୩ ନିୟୁତ ୟୁନିଟ୍ ପବନଚାଳିତ ବିଜୁଳି ଉତ୍ପାଦିତ ହୋଇଛି ଯାହା କି ଏଯାବତ୍ ସର୍ବାଧିକ ।

ସମ୍ବନ୍ଧିତ ଖବର