୧୧ବର୍ଷ ହେଲାଣି ବଢ଼ିନାହିଁ ଦରମା, ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ବାର୍ଷିକ ବେତନ କେତେ?

ନୂଆଦିଲ୍ଲୀ : ଭାରତର ସବୁଠାରୁ ଧନୀ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗତ ୧୧ବର୍ଷ ହେଲାଣି ତାଙ୍କ ଦରମା ବଢ଼ି ନ ଥିବା  ସୂଚନା ମିଳିଛି । ମାର୍ଚ୍ଚ ୩୧, ୨୦୧୯ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନୀରେ କାମ କରୁଥିବା କର୍ମଚାରୀ ଏବଂ ନିର୍ଦ୍ଦେଶକମାନଙ୍କର ଦରମାକୁ ବଢ଼ା ଯାଇଥିବା ବେଳେ ମୁକେଶ ଅମ୍ବାନୀଙ୍କ ବାର୍ଷିକ ଦରମା ୧୫କୋଟିରେ ସୀମିତ ରହିଛି । ତେବେ ଏହା ମୁକେଶ ଅମ୍ବାନୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କୁହାଯାଉଛି ।

Business Today

ସୂଚନା ମୁତାବକ, ୨୦୦୯ରେ ମୁକେଶ ଅମ୍ବାନୀ ନିଜ ଦରମାକୁ ସ୍ଥିର ରଖିବା ପାଇଁ ଘୋଷଣା କରିଥିଲେ । ଏହା ପରଠାରୁ ତାଙ୍କ ବାର୍ଷିକ ଦରମାରେ କୌଣସି ପରିବର୍ତ୍ତନ ଆସି ନାହିଁ । ଅନ୍ୟ ପକ୍ଷରେ କମ୍ପାନୀର ନିର୍ଦ୍ଦେଶକ ତଥା ମୁକେଶ ଅମ୍ବାନୀଙ୍କ ସଂପର୍କୀୟ ନିଖିଲ ଏବଂ ହିତେଲ ମେଶ୍ୱାନୀଙ୍କୁ ୨୦୧୮-୧୯ରେ ୨୦.୫୭-୨୦.୫୭କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି । ୨୦୧୭-୧୮ରେ ଦୁହିଁଙ୍କ ଦରମା ୧୯.୯୯କୋଟି ଟଙ୍କା ଥିବା ବେଳେ ୨୦୧୬-୧୭ରେ ୧୬.୫୮କୋଟି ଟଙ୍କା ଥିଲା ।

ସମ୍ବନ୍ଧିତ ଖବର