ବଜାରରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଜେ-୨ କୋର୍‌, ମୂଲ୍ୟ ୬,୧୯୦ ଟଙ୍କା

ଭୁବନେଶ୍ୱର : ସାମସଙ୍ଗ୍‌ ଇଣ୍ଡିଆ ପକ୍ଷରୁ ଗାଲାକ୍ସି ଜେ-୨ କୋର୍‌କୁ ଲଞ୍ଚ୍‌ କରାଯାଇଛି । ଏଥିରେ ଆଣ୍ଡ୍ରଏଡ୍‌ ଓରିଓ (ଗୋ ଏଡିସନ୍‌) ରହିଛି। କଂପାନିର ସର୍ବାଧିକ ବିକ୍ରି ହେଉଥିବା ଜେ-ସିରିଜ୍‌ରେ ଏହା ସଦ୍ୟତମ ଯୋଗଦାନ ହୋଇଥିବା ବେଳେ ସ୍ମାର୍ଟଫୋନ୍‌ ବଜାରରେ ଏହା କଂପାନିର ସ୍ଥିତିକୁ ଆହୁରି ଦୃଢ଼ କରିବ । ଏହା ତିନିଟି ରଙ୍ଗ ଗୋଲ୍‌ଡ, ବ୍ଲୁ ଓ ବ୍ଲାକ୍‌ରେ ଅଗଷ୍ଟ ୨୮ରୁ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୬,୧୯୦ ଟଙ୍କା ରହିଛି। ସାମସଙ୍ଗ୍‌ ଇ-ସପ୍‌ ଓ ସବୁ ଖୁଚୁରା ଷ୍ଟୋର୍‌ରେ ଏହା ଉପଲବ୍ଧ ହେବ । ସ୍ମାର୍ଟଫୋନ୍‌କୁ ଅପ୍‌ଗ୍ରେଡ୍‌ ହେବାକୁ ଚାହୁଁଥିବା ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗାଲାକ୍ସି ଜେ-୨ କୋର୍‌କୁ ପ୍ରସ୍ତୁତ କରାଯାଇଛି । ଏଭଳି ବର୍ଗର ଗ୍ରାହକମାନେ ଭଲ ପ୍ରଦର୍ଶନ ଦେଉଥିବା ଫୋନ୍‌ ଓ ଲମ୍ବା ବ୍ୟାଟେରି ଜୀବନ ଆଶା କରନ୍ତି । ସୋସିଆଲ୍‌ ନେଟ୍‌ୱର୍କିଂ ଓ ଭିଡିଓକୁ ମଧ୍ୟ ସେମାନେ ଗୁରୁତ୍ୱ ଦିଅନ୍ତି । ଏହି ସବୁ ବିଷୟକୁ ଧ୍ୟାନରେ ରଖି ଜେ-୨ କୋର୍‌କୁ ପ୍ରସ୍ତୁତ କରାଯାଇଛି । ଏଥିରେ ରହିିଛି ସାମସଙ୍ଗ୍‌ର ସ୍ମାର୍ଟ ମ୍ୟାନେଜର ଯାହା ସ୍ୱୟଂଚାଳିକ ଭାବେ ରାମ୍‌ ପରିଚାଳନା କରିବ। ଏହାର ବ୍ୟାଟେରି ଏତେ ଶକ୍ତିଶାଳୀ ଯେ ୧୧ ଘଣ୍ଟା ପର୍ଯ୍ୟନ୍ତ ୟୁଟ୍ୟୁବ୍‌ରେ ନନ୍‌-ଷ୍ଟପ୍‌ ଭିଡିଓ ଷ୍ଟ୍ରିମିଂ କରିହେବ। ଏଥିରେ ରହିଛି ୨୬୦୦ ଏମ୍‌ଏଏଚ୍‌ ବ୍ୟାଟେରି ଯାହା ୧.୫ ଗୁଣା ଅଧିକ ଭିଡିଓ ପ୍ଲେବ୍ୟାକ୍‌ ପ୍ରଦାନ କରିବ । ଏହି ଫୋନ୍‌ର ପଛରେ ୮ ମେଗା ପିକ୍‌ସେଲ୍‌ ଓ ସାମ୍ନାରେ ୫ ମେଗାପିକ୍‌ସେଲ୍‌ କ୍ୟାମେରା, ୫ ଇଞ୍ଚ ଡିସ୍‌ପ୍ଲେ, ଏକ୍ସିନସ୍‌ ପ୍ରୋସେସର୍‌, ୧ ଜିବି ରାମ୍‌, ୮ ଜିବି ମେମୋରି ରହିଛି ।

ସମ୍ବନ୍ଧିତ ଖବର