ବଜାରକୁ ଆସିଲା କ୍ୟାମନ-ଆଇ୍‌ କ୍ଲିକ୍‌ ସ୍ମାର୍ଟଫୋନ, ମୂଲ୍ୟ ଟ.୧୩,୯୯୯

ନୂଆଦିଲ୍ଲୀ : ଅଗ୍ରଣୀ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ନିର୍ମାତା ଟେକ୍ନୋ ମୋବାଇଲ୍‌ ପକ୍ଷରୁ କ୍ୟାମନ୍‌-ଆଇ ସିରିଜ୍‌ର ଏକ ନୂଆ ସ୍ମାର୍ଟଫୋନ କ୍ୟାମନ୍‌-ଆଇ କ୍ଲିକ୍‌ ବଜାରକୁ ଛାଡିଛି । ଏହା ଫଟୋଗ୍ରାଫି କ୍ଷେତ୍ରରେ ଗ୍ରାହକଙ୍କୁ ନୂତନ ଅଭିଜ୍ଞତା ଦେବାକୁ ସକ୍ଷମ ହେବ। ଏହା ମିଡ୍‌ ନାଇଟ୍‌ ବ୍ଲାକ୍‌ ଏବଂ ସ୍ୟାମ୍ପେନ ଗୋଲ୍ଡ ନାମକ ୨ଟି ରଙ୍ଗରେ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି। ଏହା ଭାରତବ୍ୟାପି ୩୫,୦୦୦ରୁ ଅଧିକ ରିଟେଲ ଆଉଟ୍‌ ଲେଟ୍‌ରେ ଉପଲବ୍ଧ ହେଉଛି। ଏଥିରେ ଏଆଇ ପାୱାର କ୍ୟାମେରା, ୨୫୫ ଫେସିଆଲ୍‌ ଫିଚର ରହିଛି। ଏଥିରେ ୨୦ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି। ଏହା ସହିତ ଏଥିରେ ଏଆଇ ବୋଖେ, ଏଆଇ ସଫ୍ଟ ଫ୍ଲାଶ୍‌ ଲାଇଟ୍‌, ଡୁଆଲ୍‌ ଇମେଜ ପ୍ରୋସେସର୍‌ ରହିଛି। ଏଥିରେ ୧୬ ମେଗାପିକ୍ସଲେ ପଛ ପିଡ ଫୋକସିଂ କ୍ୟାମେରା ରହିଛି। ଯାହାକି ୧୦୦% ଫୋକସ ଏରିଆ ବର୍ଦ୍ଧିତ କରି ସାଧାରଣ ଆଲୋକକୁ ୫୦% ବୃଦ୍ଧି କରିବାକୁ ସକ୍ଷମ ହେବ। ଏଥିରେ ୬୪ଏମ୍‌ ସୁପର ପିକ୍ସେଲ ସୁବିଧା ରହିଛି। ଯାହାକି ୩ ଫଟୋଷ୍ଟେଟ୍‌ ସମୟରେ ୩ ଗୁଣା ଭଲ ଫଟୋଗ୍ରାଫି କରିଥାଏ। ଏହି ସ୍ମାର୍ଟଫୋନ୍‌ ୨୫୫ ଫେସ୍‌ ଚିହ୍ନଟ କରିବାକୁ ସକ୍ଷମ। ଏଥିରେ ବାୟୋମେଟ୍ରିକ୍‌ ଜ୍ଞାନକୌଶଳ ରହିଛି। ଯାହାଦ୍ୱାରା ସ୍ମାର୍ଟଫୋନ୍‌ର ସୁରକ୍ଷା ସୁଦୃଢ଼ ହୋଇ ପାରିବ। ଏହାର ସ୍କ୍ରିନ୍‌ ଟୁ ବଡି ପ୍ରତିଶତ ୮୨.୯ % ଏବଂ ୬ ଇଞ୍ଚ ଫୁଲ୍‌ ଭିୟୁ ଡିସପ୍ଲେ ରହିଛି। ଏଥିରେ ୧୨.୫% ବଡ ସ୍କ୍ରିନ୍‌ ତଥା ସ୍କ୍ରିନ୍‌ ଅନୁପାତ ୧୮.୯ ରହିଛି। ଏହା ୭.୮ ମି.ମି ପତଳା ଓ ୧୫୦ ଗ୍ରାମ୍‌ ଓଜନ ବିଶିଷ୍ଟ। ଏଥିରେ ୨.୫ କର୍ଭଡ୍‌ ଗ୍ଲାସ୍‌, ୩ ଇନ୍‌୧ ମଲ୍ଟି କାର୍ଡ ସ୍ଲଟ୍‌, ଫିଙ୍ଗର ପ୍ରିଣ୍ଟ ଅନ୍‌ ଲକ୍‌, ଆକ୍ସେ୍‌ସ୍‌ ଆପ୍‌ ଲକ୍‌ ସୁବିଧା ରହିଛି। ଏଥିରେ ୬୪ ବିଟ୍‌ ଅକ୍ଟା-କୋର ପ୍ରୋସେସର,୩୭୫୦ ଏମଏଏଚ୍‌ ବ୍ୟାଟେରୀ, ୨.୦ ଜିଏଚ୍‌ଜେଡ୍‌ ପ୍ରୋସେସର୍‌,୪୨୦ ଘଣ୍ଟା ଷ୍ଟାଣ୍ଡବାଏ, ୩୦ ଘଣ୍ଟା କଲିଂ, ୨୩ ଘଣ୍ଟା ବ୍ୟାଟେରୀ ଲାଇଫ୍‌, ୧୧ଘଣ୍ଟା ବ୍ରାଉଜିଂ, ୧୩ଘଣ୍ଟା ଭିଡିଓ ପ୍ଲେବ୍ୟାକ୍‌, ୪ଜିବି ରାମ୍‌, ୬୪ ଜିବି ରମ୍‌ ଆଦି ସୁବିଧା ରହିଛି ।

ସମ୍ବନ୍ଧିତ ଖବର