୧୭ ଜୁଲାଇରୁ ବନ୍ଦ ହେବ ୟାହୁ ମେସେଞ୍ଜର ସେବା, କମ୍ପାନି ଆଣିବ ନୂଆ ଆପ୍‌

ନୂଆଦିଲ୍ଲୀ: େଓ୍ଵବ୍‌ରେ ୟାହୁର ପ୍ରଥମ ପ୍ରଡ଼କ୍ଟ ଥିଲା ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ ଆପ୍‌ ୟାହୁ ମେସେଞ୍ଜର । କିନ୍ତୁ ଏବେ ଏହି ମେସେଜିଙ୍ଗ ଆପ ବନ୍ଦ ହେବାକୁ ଯାଉଛି । ଜୁଲାଇ ୧୭ରେ ୟାହୁ ମେସେଜିଙ୍ଗ ଆପ୍‌କୁ ବନ୍ଦ କରି ଦିଆଯିବ ବୋଲି ୟାହୁ କମ୍ପାନି ତରଫରୁ ଘୋଷଣା କରାଯାଇଛି । ୧୭ଜୁଲାଇ ପରେ ଏହାକୁ ବ୍ୟବହାର କରୁଥିବା ଲୋକମାନେ ଏହି ଆପ୍‌ ଜରିଆରେ ଚାଟ୍‌ କରି ପାରିବେ ନାହିଁ । ଏହା ସହ ଏହାର କୌଣସି ସର୍ଭିସକୁ ବ୍ୟବହାର ମଧ୍ୟ କରାଯାଇ ପାରିବେ ନାହିଁ ।

punjabkesari.in

ଏହି ଆପ୍‌କୁ ବନ୍ଦ କରାଯିବା ପରେ ଏକ ନୂଆ ଏବଂ ଭିନ୍ନ ଧରଣର ଆପ୍‌ ମାର୍କେଟକୁ ଆଣିବ ୟାହୁ । ଏବେ ଅନେକ ଗୁଡ଼ିଏ ମେସେଜିଙ୍ଗ ଆପ୍‌ ବାହାରି ସାରିଥିବା ବେଳେ ସେ ସବୁକୁ ଟକ୍କର ଦେବା ପାଇଁ ୟାହୁ ଏକ ଉନ୍ନତ ଧରଣର ମେସେଜିଙ୍ଗ ଆପ୍‌ ଆଣିବା ବୋଲି ଘୋଷଣା କରିଛି । ଏହା ସହ ନୂଆ ଆପ୍‌ର ନାଁ ମଧ୍ୟ ଘୋଷଣା କରିଛି ୟାହୁ । ନୂଆ ଆପ୍‌ର ନାଁ ୟାହୁ ସ୍କୁଇରେଲ ରଖା ଯାଇଛି। ୟାହୁ ମେସେଞ୍ଜର ବ୍ୟବହାର କରୁଥିବା ଲୋକେ ଏହାକୁ ଖୁସିରେ ବ୍ୟବହାର କରି ପାରିବେ । କାରଣ ଏଥିରେ ଥିବା ନୂଆ ଫିଚର ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବ ବୋଲି କମ୍ପାନିର ମୁଖ୍ୟ କହିଛନ୍ତି ।

ସମ୍ବନ୍ଧିତ ଖବର