ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଚଳାଇଥିବା ୧୯ ବର୍ଷୀୟ ଯୁବତୀଙ୍କ ସହ ୩ ଘଣ୍ଟାକାଳ ଗଣଦୁଷ୍କର୍ମ

ଭୋପାଳ: ଭୋପାଳର ମଧ୍ୟସ୍ଥଳରେ ଅବସ୍ଥିତ ଏକ ପୋଲ ତଳେ ଜଣେ ୧୯ ବର୍ଷୀୟ କଲେଜ ଛାତ୍ରୀଙ୍କୁ ବାନ୍ଧି ପକାଇ (ମଝିରେ ମଝିରେ ଚା’ ଓ ଗୁଟ୍‌ଖା ଖାଇବାକୁ ଯାଇ) ତିନି ଘଣ୍ଟା କାଳ ତାଙ୍କ ସହ ଦୁଷ୍କର୍ମ କରିଥିଲେ ୪ ଜଣ ବ୍ୟକ୍ତି।

ଦୁଷ୍କର୍ମକାରୀମାନେ ତାଙ୍କୁ ଛାଡ଼ି ଦେବା ପରେ ଯାହା ଘଟିଲା ତାହା ମଧ୍ୟ କମ୍‌ ଭୟାବହ ନ ଥିଲା। ତାଙ୍କର ପିତାମାତା ଉଭୟ ପୁଲିସ୍‌ରେ କାମ କରୁଥିଲେ ମଧ୍ୟ ତାଙ୍କର ଅଭିଯୋଗ ଗ୍ରହଣ କରିବାକୁ ତିନି ତିନିଟା ଥାନା ମନା କରିଦେଲେ। ସିନେମା କହାଣୀ ଆଣି ଆସିଛ କହି ଜଣେ ଜିଆର୍‌ପି ଅଧିକାରୀ ତାଙ୍କୁ ଉପହାସ କରିଥିଲେ।

ତାଙ୍କର ବାପା ନିରାପତ୍ତା ବଳରେ ଜଣେ ସବ୍‌ ଇନ୍‌ସ୍‌ପେକ୍ଟର୍‌ ଏବଂ ମାଆ ସିଆଇଡିରେ ଅଛନ୍ତି। ବୁଧବାର ଦିନ ଯୁବତୀ ଜଣକ ଏକ ନାଟକୀୟ ସ୍ପଷ୍ଟ ଦିବାଲୋକ ମାଡ଼ପିଟ୍‌ରେ ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଧରି ପକାଇଥିଲେ। ତା’ପରେ ହିଁ ଯାଇ ଅଭିଯୋଗ ରେଜିଷ୍ଟ୍ରି କରାଯାଇଥିଲା। ତାଙ୍କର ଅଭିଯୋଗ ଗ୍ରହଣ ନ କରି ଥିବାରୁ ଗୁରୁବାର ଦିନ ଏମ୍‌ପି ନଗର ଥାନାର ଏସ୍‌ ଆଇ ଆର୍‌ ଏନ୍‌ ଟେକ୍‌ମାଙ୍କୁ ଲଜ୍ଜିତ ପୁଲିସ ବଳ ନିଲମ୍ବିତ କରିଛି।

Image Courtesy of DNA

ମହିଳାମାନଙ୍କ ପାଇଁ ତାଙ୍କ ସହର ନିରାପଦ ବୋଲି ଗର୍ବ କରୁଥିବା ଲୋକଙ୍କ ଭାବନାକୁ ଏହି ଭୟାବହ ଗଣଦୁଷ୍କର୍ମ ଦୋହଲାଇ ଦେଇଛି। ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ଜାଗାଟିରେ ରହିଛି କେତେକ ବ୍ୟସ୍ତବହୁଳ ରାସ୍ତା ଏବଂ ରେଳ ଧାରଣା। ଜନଗହଳି ଭରା ହବିବ୍‌ଗଞ୍ଜ୍‌ ଷ୍ଟେସନ୍‌ ମାତ୍ର ୧୦୦ ମିଟର୍‌ ଦୂରରେ ଏବଂ ଆର୍‌ପିଏଫ୍‌ ପୋଷ୍ଟ୍‍ ମାତ୍ର ୫୦ ମିଟର୍‌ ଦୂରରେ ଅବସ୍ଥିତ। ତାଙ୍କୁ ବିବସନା କରାଯାଇ ଅତ୍ୟାଚାର କରାଯିବା ସ୍ଥାନଠୁ ୧୦୦ ମିଟର୍‌ ଦୂର ରାସ୍ତାରେ ହଜାର ହଜାର କାର୍‌ ଯାଏ, କିନ୍ତୁ କେହି କିଛି ଜାଣି ପାରିଲେ ନାହିଁ।

ୟୁପିଏସ୍‌ସି ପରୀକ୍ଷା ନିମନ୍ତେ ପ୍ରସ୍ତୁତି ହେଉଥିବାରୁ ପୀଡ଼ିତା ନିଜ ଜନ୍ମିତ ସହର ଠାରୁ ୧ ଘଣ୍ଟାର ଯାତ୍ରା ଭୋପାଳକୁ ଦୈନିକ ଯିବା ଆସିବା କରୁଥିଲେ।
ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ କୋଚିଙ୍ଗ୍‌ କ୍ଲାସ୍‌ ସରିବା ପରେ ଧାରଣା କଡ଼େ କଡ଼େ ସେ ହବିବ୍‌ଗଞ୍ଜ ଷ୍ଟେସନ୍‌ ଆଡ଼କୁ ଚାଲି ଚାଲି ଯାଉଥିଲେ। ପ୍ରାୟ ୭ଟାବେଳେ ଗୋଲୁ ବିହାରି ଚଢ଼ାର ନାମକ ଜଣେ ବ୍ୟକ୍ତି ଆସି ତାଙ୍କ ହାତକୁ ଧରି ପକାଇ ଥିଲେ। ସେ ଗୋଇଠା ମାରି ତାଙ୍କୁ ତଳେ ପକାଇ ଦେଇଥିଲେ। ରାଗରେ ଗୋଲୁ ତା’ର ବନ୍ଧୁ ଅମର ଘୁଣ୍ଟୁକୁ ଡାକିଥିଲା। ଦୁହେଁ ତାଙ୍କୁ ଟାଣି ଟାଣି ଏକ ନାଳ ନିକଟକୁ ନେଇ ଯାଇଥିଲେ। ଯୁବତୀ ଜଣକ ଲଢ଼େଇ ଜାରି ରଖିବା ପୂର୍ବକ ଏକ ଡେଣୁଆରେ ଉଭୟଙ୍କୁ ଛେଚି ଥିଲେ।
ଅତିରିକ୍ତ କ୍ରୋଧାନ୍ଵିତ ହୋଇ ସେମାନେ ମଧ୍ୟ ତାଙ୍କୁ ପଥରରେ ଛେଚିବା ସହ ବାନ୍ଧି ପକାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତାଙ୍କୁ ଜଗିବାକୁ ଅମରକୁ ଛାଡ଼ି ଦେଇ ୧୫ ମିନିଟ୍‌ ପରେ ଗୋଲୁ ଗୁଟ୍‌ଖା ଏବଂ ସିଗାରେଟ୍‌ ଆଣିବାକୁ ଯାଇଥିଲେ। ଦୁଇ ଭଉଣୀଙ୍କୁ ବିଭା ହୋଇଥିବା ଅମର ଓ ଗୋଲୁ ହେଉଛନ୍ତି ଦୁଇ ସଡୁ।

Image Courtesy of Indiablooms

ଯୁବତୀଟିର ପୋଷାକ ଚିରି ଟୁକୁରା ଟୁକୁରା ହୋଇ ଯାଇଥିବାରୁ ସେ ସେମାନଙ୍କୁ ପୋଷାକ ଆଣି ଦେବାକୁ କହିଥିଲେ। ଗୋଲୁ ଫେରି ଯାଇ ସମ୍ଭବତଃ ତା’ ପତ୍ନୀଙ୍କ ପୋଷାକ ଆଣି ତାଙ୍କୁ ଦେଇଥିଲା। କିନ୍ତୁ, ସେତେବେଳେ ତା’ ସହ ଆସିଥିଲେ ଆଉ ଦୁଇ ଜଣ- ରାଜେଶ ଏବଂ ରମେଶ। ସେମାନେ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଶେଷରେ ରାତି ଦଶଟା ବେଳେ ଯୁବତୀ ଜଣକ ନିଜର କାନଫୁଲ, ଘଣ୍ଟା ଏବଂ ଫୋନ୍‌ ହସ୍ତାନ୍ତର କରିବା ପରେ ସଡୁ ଦୁହେଁ ତାଙ୍କୁ ପୋଷାକ ପତ୍ର ପିନ୍ଧି ଯିବାକୁ ଅନୁମତି ଦେଇଥିଲେ।

କୌଣସିମତେ ସେ ହବିବ୍‌ଗଞ୍ଜ ଷ୍ଟେସନ୍‌ରେ ଥିବା ଆର୍‌ପିଏଫ୍‌ ଫାଣ୍ଡିକୁ ଚାଲି ଚାଲି ଯାଇ ବାପାମାଆଙ୍କ ପାଖକୁ ଫୋନ୍‌ କରିଥିଲେ। ବାପା ଇତିମଧ୍ୟରେ ତାଙ୍କୁ ଖୋଜାଖୋଜି କରୁଥିଲେ। ତାଙ୍କର ମାନସିକ ଅବସ୍ଥା ଦେଖି ସେ ଝିଅକୁ ଘରକୁ ନେଇ ଯାଇଥିଲେ। ପରଦିନ ସକାଳେ ସପରିବାର ସେ ଏମ୍‌ପି ନଗର ଥାନାକୁ ଯାଇଥିଲେ ଅଭିଯୋଗ ଦରଜ କରିବାକୁ। ଘଟଣାସ୍ଥଳକୁ ଜଣେ ଏସ୍‌ଆଇ ତଦନ୍ତ କରିବାକୁ ଯାଇ ତାଙ୍କୁ କହିଥିଲେ କି, ସେମାନେ ହବିବ୍‌ଗଞ୍ଜ ଥାନାକୁ ଯାଆନ୍ତୁ। ସେଠାରୁ ତାଙ୍କୁ ହବିବ୍‌ଗଞ୍ଜ ଜିଆର୍‌ପିକୁ ପଠାଯାଇଥିଲା। ସେଠାରେ ହିଁ ଜଣେ ଅଧିକାରୀ ତାଙ୍କୁ ସିନେମା କାହାଣୀ ନେଇ ଆସିଛ ବୋଲି କହିଥିଲେ।

ହବିବ୍‌ଗଞ୍ଜରୁ ଫେରିବାବେଳେ ସେ ଯୁବତୀ ମାନସରୋବର କମ୍ପ୍ଲେକ୍ସ ଆଗରେ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଦୁଇଜଣ ଟହଲ ମାରୁଥିବାର ଦେଖିଥିଲେ। ପୁଲିସ ପିତା ମାତା ଏବଂ ସେ ଯୁବତୀ ଧାଇଁ ଯାଇ ଅମର ଏବଂ ଗୋଲୁଙ୍କୁ କାବୁ କରି ହବିବ୍‌ଗଞ୍ଜ ଜିଆର୍‌ପିରେ ଦେଇଥିଲେ।

ସମ୍ବନ୍ଧିତ ଖବର