୯ ବର୍ଷର ନାବାଳିକାଙ୍କ ସହ  ଦୁଷ୍କର୍ମ କଲେ ରିକ୍ସାଚାଳକ : ଅଭିଯୁକ୍ତଙ୍କ ଗିରଫ ଦାବିରେ  ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଗୁଣ୍ଟୁର୍‌ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ୫୦ ବର୍ଷିୟ ରିକ୍ସା ଚାଳକ ତାଙ୍କ ପଡ଼ିଶାରେ ରହୁଥିବା ୯ ବର୍ଷର ନାବାଳିକା ସହିତ ଦୁଷ୍କର୍ମ କରିଛନ୍ତି । ବର୍ତ୍ତମାନ ନାବାଳିକାଙ୍କ ସ୍ୱସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବା ବେଳେ  ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାରେ ତାଙ୍କର ଚିକତ୍ସା କରାଯାଉଛି।  ତେବେ ଅଭିଯୁକ୍ତକୁ  ତୁରନ୍ତ ଗିରଫ କରିବା ସହ ମାମଲାର ତଦନ୍ତ କରିବା ଦାବିରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ସ୍ତାନୀୟ ଲୋକ ।

ସୂଚନା ଅନୁଯାୟୀ , ଘଟଣାଟି ସେହି ସମୟରେ ସର୍ବସମ୍ମୁଖକୁ ଆସିଥିଲା,  ଯେତେବେଳେ ବୁଧବାର ଦିନ ନାବାଳିକା ଜଣଙ୍କ ଶରୀରରୁ ରକ୍ତସ୍ରାବ ଏବଂ ପେଟରେ ଯନ୍ତ୍ରଣା ହେଉଥିବାର ପରିବାରକୁ ଜଣାଇଥିଲେ । ପରେ ତାଙ୍କ ପରିବାର ସଦସ୍ୟ ଚିକିତ୍ସା ପାଇଁ ନାବାଳିକାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ନାବାଳିକାଙ୍କର ଡ଼ାକ୍ତରୀ ଚିକିତ୍ସା ପରେ ତାଙ୍କଶରୀରର ଅନେକ ସ୍ଥାନରେ କ୍ଷତ ରହିଥିବା ଜଣାପଡ଼ିବା ସହ ତାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା । ପରିବାର ଲୋକ ପଚାରିବାରୁ ନାବାଳିକା ପଡ଼ିଶାରେ ରହୁଥିବା ୫୦ ବର୍ଷିୟ ରିକ୍ସା ଚାଳକ ତାଙ୍କ ସହିତ ଦୁଷ୍କର୍ମ କରିବା କଥା କହିଥିଲେ । ଡ଼ାକ୍ତରଙ୍କ ଅନୁଯାୟୀ ନାବାଳିକାଙ୍କର କ୍ଷତ ଏତେ ଗମ୍ଭୀର ରହିଛି ଯେ ତାଙ୍କର ଅସ୍ତ୍ରୋପଚାର କରିବାକୁ ପଡ଼ିବ। ବର୍ତ୍ତମାନ ଗୁଣ୍ଟୁର ସରକାରୀ ଡ଼ାକ୍ତରଖାନାରେ ନାବାଳିକା ଜଣଙ୍କର ଚିକିତ୍ସିତ ହେଉଛନ୍ତି।

Timesofap.com

ଘଟଣା ସମ୍ବନ୍ଧରେ  ପୁଲିସରେ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ବର୍ତ୍ତମାନ ଫେରାର ରହିଛି। ପୁଲିସ ଅଭିଯୁକ୍ତଙ୍କୁ  ଖୋଜୁ ଥିବା ବେଳେ ଖୁବ୍‌ ଶୀଘ୍ର ତାଙ୍କୁ ଗିରଫ କରିବ ବୋଲି କହିଛନ୍ତି ପୁଲିସ ସୁପରିଟେଣ୍ଡେଣ୍ଟ ଆପଲା ନାଇଡୁ । ତେବେ ଘଟଣାର ତୁରନ୍ତ ତଦନ୍ତ ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ ରାଜରାସ୍ତା ରୋକ କରି ଟାୟାର ଜାଳିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ଛଡ଼ା ନିଜର କ୍ରୋଧ ଶାନ୍ତ କରିବାକୁ ଯାଇ ଅଭିଯୁକ୍ତଙ୍କ ପୁଅକୁ ସ୍ଥାନୀୟ ବାସିନ୍ଦା ନିର୍ଦ୍ଧୁମ୍‌ ପିଟିଛନ୍ତି ।

ସମ୍ବନ୍ଧିତ ଖବର