ହୋଟେଲ୍‌ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର : ଭିଏସ୍‌ଏସ୍‌ ନଗର ସ୍ଥିତ ହୋଟେଲ୍‌ ରଶ୍ମିର ଜଣେ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଏନେଇ ହୋଟେଲ୍‌ ମାଲିକ ରାଜକିଶୋର ପୃଷ୍ଟି ଥାନାରେ ଅଭିଯୋଗ କରିଛନ୍ତି। ସୋମବାର ସନ୍ଧ୍ୟାରେ କେହି ଜଣେ ଯୁବକ ହୋଟେଲ୍‌କୁ ଖାଇବାକୁ ଆସିଥିଲା। ତେବେ ବିଲ୍‌ ଦେବାକୁ ନେଇ ଯୁବକ ଜଣଙ୍କ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲା। ଏହାପରେ ହୋଟେଲ୍‌ରୁ ଚାଲିଯାଇଥିଲା। ଠିକ ଘଣ୍ଟାଏ ପରେ ଯୁବକ ଜଣଙ୍କ ୨୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ନେଇ ହୋଟେଲ୍‌ ସମ୍ମୁଖରେ ପହଞ୍ଚି ଗାଳିଗୁଲଜ କରିଥିଲା। କର୍ମଚାରୀମାନେ ପ୍ରତିବାଦ କରିବାରୁ ଉତ୍ତ୍ୟକ୍ତ ଯୁବକମାନେ ଖଣ୍ଡାରେ ସନ୍ତୁ ନାମକ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ସନ୍ତୁ ଗୁରୁତର ଆହତ ହୋଇଥିଲେ। ତେବେ ଯୁବକମାନେ ଏତିକିରେ ଅଟକି ନଥିଲେ। ହୋଟେଲ୍‌ରେ ଥିବା ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ଏନେଇ ରାଜକିଶୋର ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର