ବୀଭତ୍ସ : ସ୍ୱାଦ ଚାଖିବା ପାଇଁ ମହିଳାଙ୍କ ମୁଣ୍ଡକୁ କାଟି ଫ୍ରିଜ୍‌ରେ ରଖିଥିଲା ହତ୍ୟାକାରୀ

ଭିଏନା : ଭିଏନାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଯୁବକ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ମୁଣ୍ଡକୁ କାଟି ରହୁଥିବା ଘରେ ଲୁଚାଇ ରଖିଥିବା ବେଳେ ଶରୀରର ଅବଶିଷ୍ଟାଂଶ ବାହାରେ ଫିଙ୍ଗି ଦେଇଥିଲେ । ମାରିବା ପରେ କିଏ କାହିଁକି ମୁଣ୍ଡକୁ ଘରେ ଲୁଚାଇ ରଖିବ ବୋଲି ତଦନ୍ତ ହେବା ପରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ହତ୍ୟା କରିବା ପରେ ଶରୀରର ସ୍ୱାଦ ଚାଖିବା ପାଇଁ ମୁଣ୍ଡକୁ ଫ୍ରିଜ୍‌ ଭିତରେ ଲୁଚାଇ ରଖିଥିଲେ ବୋଲି ସ୍ୱୀକାର କରିଛନ୍ତି । ମୃତ ମହିଳାଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ।

Daily Express

ପ୍ରାଥମିକ ତଦନ୍ତ ଅନୁଯାୟୀ, ଏପ୍ରିଲ ୧୩ରେ ଅଭିଯୁକ୍ତ ଜଣଙ୍କ ଉକ୍ତ ଯୁବତୀଙ୍କୁ ଭେଟିଥିଲେ । ଯୁବତୀ ଜଣଙ୍କ ଦେହଜୀବୀ ହୋଇଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା । ପରେ ଅଭିଯୁକ୍ତ ଜଣଙ୍କ ବିନା କୌଣସି କାରଣରେ ତାଙ୍କୁ ହତ୍ୟା କରିଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ । ଏହା ପରେ ସେ ମୁଣ୍ଡର ସ୍ୱାଦ ଚାଖିବା ପାଇଁ ଫ୍ରିଜ୍‌ ଭିତରେ ରଖି ବାକି ଅଂଶ ଗୁଡ଼ିକୁ ପାଖ ହ୍ରଦରେ ଫିଙ୍ଗି ଦେଇଥିଲେ । ଅନ୍ୟ ପକ୍ଷରେ ଏ ନେଇ ସୂଚନା ମିଳିବା ପରେ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୁଲିସ । ପୂର୍ବରୁ ଅନେକ ଥର ଅପରାଧ କରି ଅଭିଯୁକ୍ତ ଜଣଙ୍କ ଜେଲ ଦଣ୍ଡ ଭୋଗି ସାରିଛନ୍ତି ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର