ବାଇକ୍‌ ଲୁଟେରା ଗିରଫ

ଖଣ୍ଡଗିରି : ସୋମବାର ତମାଣ୍ଡୋ ଥାନା ପୁଲିସ ଜଣେ ବାଇକ୍‌ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ବ୍ରହ୍ମପୁର ସୀତାରାମ ବସ୍ତିର ରାଜେଶ ମହାନ୍ତି(୨୭)। ପୁଲିସ ତା’ନିକଟରୁ ୨ଟି ବାଇକ୍‌ ଓ ଗୋଟିଏ ସ୍କୁଟି ଜବତ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ଶନିବାର ସନ୍ଧ୍ୟାରେ ରାଜେଶ ତମାଣ୍ଡୋ ବଜାରସ୍ଥିତ ଏକ ଫାଷ୍ଟଫୁଡ୍‌ ଦୋକାନ ସମ୍ମୁଖରୁ ଏକ ବାଇକ୍‌ ଲୁଟି ଫେରାର୍ ହୋଇ ଯାଇଥିଲା। ଏ ନେଇ କୁମାର ଜନ୍ମେଜୟ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ରବିବାର ରାତିରେ ପୁଲିସ ପାଟ୍ରୋଲିଂ ବେଳେ ରାଜେଶ ଉକ୍ତ ବାଇକ୍‌ ସହ ଧରାପଡ଼ିଥିଲା। ପରେ ଛାନ୍‌ଭିନ୍ କରିବାରେ ପୁଲିସ ତା’ ନିକଟରୁ ଆଉ ଦୁଇଟି ଗାଡ଼ି ଜବତ କରିଥିଲା। ଭୁବନେଶ୍ବରରୁ ବାଇକ୍‌ ନେଇ ସେ ଗଞ୍ଜାମ ଓ କନ୍ଧମାଳ ଅଞ୍ଚଳରେ ବିକ୍ରି କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର