ତମାଣ୍ଡୋରୁ ୫୪ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଖଣ୍ଡଗିରି : ଗୁରୁବାର ସକାଳ ପ୍ରାୟ ୧୦ଟାବେଳେ କମିସନରେଟ୍‌ ପୁଲିସର ଡ୍ରଗ୍‌ ଟାସ୍କ ଫୋର୍ସ ତମାଣ୍ଡୋ ଥାନା ପୁଲିସ ସହଯୋଗରେ ୨ ଜଣ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ତମାଣ୍ଡୋ ଟାଙ୍ଗୀ ସାହିରେ ରହୁଥିବା ଦୀପକ ବଳ ଓରଫ୍ ହାପି(୨୪) ଓ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଘାଟଘରସାହିର ଦୀପକ ନାଥ(୩୦)। ପୁଲିସ ସେମାନଙ୍କଠାରୁ ୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୧୨ ହଜାର ଟଙ୍କା ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନାନୁସାରେ ଅଭିଯୁକ୍ତଦ୍ବୟ କଳିଙ୍ଗବିହାର ଛକ ନିକଟ ହୋଟେଲ ଆର୍ଯ୍ୟା ପ୍ୟାଲେସ୍ ନିକଟରେ କାରବାର ଚଳାଉ ଥିବାବେଳେ ପୁଲିସ ସେଠାରେ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର