ଆୟକର ଅଧିକାରୀଙ୍କୁ ଧରିଲା ସିବିଆଇ

ନୂଆଦିଲ୍ଲୀ: ୧୪ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ବେଙ୍ଗାଲୁରୁର ଜଣେ ଆୟକର ଅଧିକାରୀଙ୍କୁ ଧରିଛି ସିବିଆଇ I ସୂଚନା ଅନୁଯାୟୀ ବେଙ୍ଗାଲୁରୁ କରମଙ୍ଗଳା ଠାରେ ଅବସ୍ଥାପିତ ଆୟକର ଅଧିକାରୀ ଏଚ୍‌ଆର୍‌ ନାଗେଶ ବିଚାରାଧୀନ ଥିବା ଏକ ମାମଲାର ସମାଧାନ ପାଇଁ ୧୪ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ I ଏହି ଅଭିଯୋଗ ପାଇବା ପରେ ସିବିଆଇ ଜାଲ ବିଛାଇଥିଲା ଏବଂ ଯୋଜନା ମୁତାବକ ଉକ୍ତ ଅଧିକାରୀ ଜଣକ ଲାଞ୍ଚ ନେଲାବେଳେ ଧରିଥିଲା I ନାଗେଶ ନିଜ ପାଇଁ ଏବଂ ତାଙ୍କ ସହଯୋଗୀଙ୍କ ପାଇଁ ଉକ୍ତ ୧୪ଲକ୍ଷ ଗ୍ରହଣ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ନାଗେଶଙ୍କ ବାସଭବନରୁ  ନଗଦ ୧ କୋଟି ୩୫ ଳକ୍ଷ ଟଙ୍କା ଜବତ କରାଯାଇଥିବା ପ୍ରକାଶ I

ସମ୍ବନ୍ଧିତ ଖବର