ଜେଲ୍‌ର ଖାଦ୍ୟ ଏବଂ ବନ୍ଧୁମାନଙ୍କ କଥା ମନେ ପଡ଼ୁଥିଲା, ଫେରିବା ପାଇଁ ସିସିଟିଭି ଲାଗିଥିବା ସ୍ଥାନରୁ ବାଇକ ଚୋରି କଲା ଯୁବକ

ଚେନ୍ନାଇ: ତାମିଲନାଡୁର ଜଣେ ଯୁବକ ଜେଲ୍‌କୁ ଫେରିବା ପାଇଁ ଗୋଟେ ପରେ ଗୋଟେ ଚୋରି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଦିନ ତଳେ ଜେଲ୍‌ରୁ ଘରକୁ ଫେରିଥିଲେ ୫୨ବର୍ଷୀୟ ଜ୍ଞାନ ପ୍ରକାଶ । କିନ୍ତୁ ଫେରିବା ପରେ ତାଙ୍କୁ ଜେଲ୍‌ର ଖାଦ୍ୟ ଏବଂ ବନ୍ଧୁମାନଙ୍କ କଥା ମନେ ପଡ଼ିଥିଲା । ପୁଣି ଥରେ ନିଜ ବନ୍ଧୁମାନଙ୍କ ପାଖକୁ ଫେରିବା ପାଇଁ ପ୍ରଥମେ ପାର୍କିଂରେ ଠିଆ ହୋଇଥିବା ଗାଡ଼ିରୁ ପେଟ୍ରୋଲ ଚୋରି କରିଥିଲେ । କିନ୍ତୁ କୌଣସି ମାମଲା ରୁଜୁ ନ ହେବାରୁ ସେ ସିସିଟିଭି ଲାଗିଥିବା ସ୍ଥାନରୁ ବାଇକ୍‌ ଚୋରି କରିବା ଆରମ୍ଭ କରିଥିଲେ ।

oneindia.com

ସୂଚନା ମୁତାବକ, ମାର୍ଚ୍ଚ ମାସରେ ଜେଲ୍‌ରୁ ବାହାରି ଥିଲେ ଜ୍ଞାନ ପ୍ରକାଶ । କିନ୍ତୁ ଜେଲ୍‌ରୁ ଆସିବା ପରେ ତାଙ୍କୁ ତାଙ୍କ ଘର ଲୋକ ଠିକ ଭାବରେ ଖାଇବାକୁ ନ ଦେବା ସହ ଦେଖା ଶୁଣା ମଧ୍ୟ କରୁ ନଥିଲେ । ଯାହା ପାଇଁ ସେ ଜେଲ୍‌ରେ ଥିବା ନିଜ ବନ୍ଧୁମାନଙ୍କୁ ମନେ ପକାଇବା ସହ ପୁଣି ଥରେ ଜେଲ ଯିବା ପାଇଁ ଚୋରି କରିବା ଆରମ୍ଭ କରିଥିଲେ ।

ପୁଲିସ ବାଇକ ଚୋରି ଅଭିଯୋଗରେ ତାଙ୍କୁ ଗିରଫ କରି କାରଣ ପଚାରିବା ପରେ, ‘ଜେଲ୍‌ରେ ମୋ ଜୀବନ ଭଲରେ କଟୁଥିଲା । ଦିନକୁ ୩ଥର ଖାଇବାକୁ ମିଳୁଥିଲା । ମୁଣ୍ଡ ଉପରେ ଛାତ ଥିଲା । କିନ୍ତୁ ଜେଲରୁ ମୁକୁଳିବା ପରେ ସେସବୁ ସୁବିଧା ମୋତେ ମିଳିଲା ନାହିଁ । ଯାହା ପାଇଁ ମୁଁ ପୁଣି ଏଭଳି ଅପରାଧ କରିବା ଆରମ୍ଭ କରିଥିଲି’; ବୋଲି କହିଥିଲେ ଜ୍ଞାନ । ସବୁ ଜାଣିବା ପରେ ଏବେ ପୁଲିସ ଜ୍ଞାନକୁ ଜେଲ ପଠାଇ ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର