ଖାଇବାକୁ ଦେଉ ନଥିଲେ ଜେଜେବାପା, ଯଦି ଖାଇବା ସମୟରେ ଦେଖି ଦିଅନ୍ତି ତେବେ ବାନ୍ତି କରିବା ପର୍ଯ୍ୟନ୍ତ ପେଟକୁ ଗୋଇଠା ମାରୁ ଥାଆନ୍ତି
ଜାପାନ: ଜାପାନରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ତାଙ୍କ ଜେଜେବାପା ଖାଇବାକୁ ନଦେଇ ଅନେକ ଅତ୍ୟାଚାର କରୁଥିଲେ। ଅତ୍ୟାଚାରର ସୀମା ମୃତ୍ୟୁ ପର୍ଯ୍ୟନ୍ତ ବି ପହଞ୍ଚି ଯାଇଥିଲା। ଏହି ମହିଳାଙ୍କ ଜୀବନ କାହାଣୀକୁ ଯିଏ ଶୁଣୁଛି ତାର ଲୋମମୂଳ ଟାଙ୍କୁରି ଉଠୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୀଡିତା ମହିଳା କହିଛନ୍ତି, ତାଙ୍କ ଜେଜେ ବାପାଙ୍କ ଅତ୍ୟାଚର ଏଭଳି ଥିଲା କିଶୋରାବସ୍ଥାରେ ତାଙ୍କର ଶରୀର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଜେଜେବାପା ତାଙ୍କୁ ଅନେକ ଦିନ ହେଲା ଭୋକରେ ରଖୁଥିଲେ। ଯଦି କେବେ ତାଙ୍କୁ କିଛି ଖାଦ୍ୟ ଖାଇବାରେ ଦେଖି ଦିଅନ୍ତି ତେବେ ପେଟକୁ ଗୋଇଠା ମାରିଥାଆନ୍ତି। କେବଳ ଏତିକି ନୁହେଁ ସେ ପର୍ଯ୍ୟନ୍ତ ସେ ବାନ୍ତି କରି ନାହାନ୍ତି ସେ ପର୍ଯ୍ୟନ୍ତ ମାରି ଚାଲିଥାଆନ୍ତି। ଯାହାଫଳରେ ତାଙ୍କର ଶରୀର ଓଜନ ୧୬.୮କିଲେଗ୍ରାମ ହୋଇଯାଇଥିଲା। ପୁଲିସ ତାଙ୍କୁ ନାଟକୀୟ ଶୈଳୀରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଥିଲେ।
ଡାକ୍ତରଙ୍କ କହିବାନୁସାରେ, ଏହି ମହିଳା ମୃତ୍ୟୁରୁ ମାତ୍ର ୧୦ମିନିଟ୍ ଦୂରରେ ଥିଲେ। ଯଦି ଆଉ ୧୦ମିନିଟ୍ ବିଳମ୍ବ ହୋଇ ଥାଆନ୍ତା ତେବେ ତାଙ୍କର ମୃତ୍ୟୁ ସୁନିଶ୍ଚିତ ହୋଇଥାଆନ୍ତି।
ତେବେ ଏହି ମହିଳାଙ୍କ ତାଙ୍କ ଜେଜେ ବାପା ଯଦି ଏତେ ଅତ୍ୟାଚାର କରୁଥିଲେ, ତେବେ ତାଙ୍କର ଅନ୍ୟ ସମ୍ପର୍କୀୟମାନେ ଥିଲେ କେଉଁଠି ବୋଲି ପ୍ରଶ୍ନ ଉଠିଛି। ଯାହା ଏଯାବତ୍ ସ୍ପଷ୍ଟ ହୋଇ ପାରି ନାହିଁ।