କଲେଜର ପୂର୍ବତନ ଛାତ୍ର ଏକ ଛାତ୍ରକୁ ବିବସ୍ତ୍ର କରି ନିର୍ଯାତନା ଦେବା ସହିତ ଭିଡିଓ ଭାଇରାଲ କରିଛନ୍ତି

କୋଲକାତା: କୋଲକାତାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ କଲେଜର ପୂର୍ବତନ ଛାତ୍ର ସେହି କଲେଜର ଜଣେ ଛାତ୍ରକୁ ବିବସ୍ତ୍ର କରି ନିର୍ଯାତନା ଦେବା ସହିତ ଭିଡିଓ ଭାଇରାଲ କରିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କୋଲକାତାର ଏମହର୍ଷ୍ଟ ଷ୍ଟ୍ରିଟ୍‌ସ୍ଥିତ ସେଣ୍ଟ ପଲ୍ସ କଲେଜରେ ଘଟିଛି।

ସୂଚନାଯୋଗ୍ୟ, ସେଣ୍ଟ ପଲ୍ସ କଲେଜର ଷ୍ଟୁଡେଣ୍ଟ ନିକଟରେ କଲେଜର ପୂର୍ବତନ ଛାତ୍ରଙ୍କ ସହିତ ମିଶି ପାଣ୍ଠି ଏକାଠି କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆକାଉଣ୍ଟର ଦାୟିତ୍ୱ କଲେଜରରେ ପାଠପଢ଼ୁ ଥିବା ପିଲାମାନଙ୍କର ଥିଲା। ମଇ ୧୭ ତାରିଖରେ ପୀଡିତ ପ୍ରଥମ ବର୍ଷର ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମରେ କେତେ ଟଙ୍କା ଖର୍ଚ୍ଚ ହେବ ସେନେଇ ଆଲୋଚନା କରିବା ପାଇଁ ୟୁନିୟନ୍‌ ରୁମ୍‌କୁ ଯାଇଥିଲା। ଯେଉଁଠାରେ ତା’ ସହିତ ଏଭଳି ଘଟଣା ଘଟିଥିଲା। ୟୁନିୟନ୍‌ ରୁମ୍‌ରେ ପୂର୍ବତନ ଛାତ୍ର ପୀଡିତ ଛାତ୍ରର ଜୋରଜବରଦସ୍ତ ପୋଷାକ ଓହ୍ଲାଇ ଦେବା ସହିତ ମାଡ ମାରିବା ଆରମ୍ଭ କରି ଦେଇଥିଲେ। ଅଭିଯୁକ୍ତମାନେ ଏହି ଘଟଣାର ଭିଡିଓ ବନାଇ ଭାଇରାଲ ମଧ୍ୟ କରି ଦେଇଛନ୍ତି। ଭିଡିଓରେ ପୀଡିତ ଛାତ୍ର କାନ୍ଦିକାନ୍ଦି ନିଜକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳୁଛି। ଏହି ଘଟଣା ପରେ ପୀଡିତ ଆତ୍ମହତ୍ୟା କରିବା ପାଇଁ ବି ଉଦ୍ୟମ କରିଥିଲା। ଏହି ମାମଲାକୁ ନେଇ ପୁଲିସରେ ଏଯାବତ୍‌ କୌଣସି ମାମଲା ରୁଜୁ ହୋଇନାହିଁ।

ସମ୍ବନ୍ଧିତ ଖବର