ପୁଲିସକୁ ଦେଖି ତଉଲିଆ ପିନ୍ଧି କୋଠା ଚଢ଼ି ଫେରାର ହେବାକୁ ଉଦ୍ୟମ କରୁଥିଲା ଆସାମୀ, ଡେଉଁଡେଉଁ ଖସିପଡ଼ିଲା ତଉଲିଆ 

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଜଣେ କୁଖ୍ୟାତ ଅପରାଧିକୁ ଯେଭଳି ଭାବେ କାବୁ କରିଛି, ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘଟଣାର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୁଲିସ ଅପରାଧୀକୁ ଧରିବା ପାଇଁ ଆସିଥିବା ବେଳେ ଅପରାଧୀ ତଉଲିଆ ପିନ୍ଧି ଥିବା ଅବସ୍ଥାରେ କୋଠା ଚଢ଼ି ଫେରାର ହେବାକୁ ଉଦ୍ୟମ କରିଥିଲା। ଫଳରେ କୋଠା ଚଢ଼ି ତଳକୁ ଡେଉଁ ଥିବା ଅବସ୍ଥାରେ ତାର ତଉଲିଆ ଖସି ପଡ଼ିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ସେ ବିନା ତଉଲିଆରେ ବି ଦୌଡ଼ିବାକୁ ଲାଗିଥିଲା। କିନ୍ତୁ ପୁଲିସ ତାକୁ କାବୁ କରି ନେଇଥିଲା।

ଏଭଳି ଏକ ମାମଲା ପଶ୍ଚିମ ଦିଲ୍ଲୀର ଇନ୍ଦ୍ରପୁରୀ ଥାନା ଅଞ୍ଚଳରେ ଘଟିଛି। ଅପରାଧୀର ନାମ ବୀରେନ୍ଦ୍ର ଓରଫ କାଳୁ(୩୦) ବୋଲି ଜଣାପଡ଼ିଛି। କାଳୁ ନାମରେ ଚୋରି ଓ ଲୁଟର ୩୧ଟି ମାମଲା ରୁଜୁ ହୋଇଛି। କାଳୁକୁ ଗିରଫ କରିବା ପାଇଁ ଛଅମାସ ପୂର୍ବରୁ ଓ୍ଵାରେଣ୍ଟ  ଜାରି କରାଯାଇଥିଲା। କିନ୍ତୁ ସେ ଧରା ପଡ଼ି ପାରୁ ନଥିଲା।

ସୂଚନାଯୋଗ୍ୟ, ମଇ ୧୭ ତାରିଖ ଦିନ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା କି ଅପରାଧି କାଳୁ ତାର ଘରେ ଅଛି। ଏହାପରେ ପୁଲିସ ତୁରନ୍ତ ଏକ ଟିମ୍‌ ନେଇ କାଳୁ ଘରେ ପହଞ୍ଚି ଯାଇଥିଲା। ଏହି ସମୟରେ କାଳୁ ଘରେ ଟଉଲିଆ ପିନ୍ଧି ବସିଥିଲା। ପୁଲିସ ପହଞ୍ଚିବା ଖବର ପାଇବା ପରେ କାଳୁ ଟଉଲିଆ ପିନ୍ଧିଥିବା ଅବସ୍ଥାରେ କୋଠା ଡେଇଁ ଫେରାର ହେବାକୁ ଉଦ୍ୟମ କରିଥିଲା। ପୁଲିସ ତାକୁ ଏପରି କରିବାକୁ ମନା କରିଥିଲେ ସୁଦ୍ଧା ସେ ପୁଲିସର କୌଣସି କଥା ନଶୁଣି ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ତାର ତଉଲିଆ ଖସି ପଡ଼ିଥିଲା। ସେ ବିନା ତଉଲିଆରେ ବି ଦୌଡ଼ିବାକୁ ଲାଗିଥିଲା। ପୁଲିସ ତାକୁ ପୋଷାକ ଦେବାକୁ ଚେଷ୍ଟା କରିଥିଲେ ହେଁ ସେ ନେଇ ନଥିଲା। ଶେଷରେ ପୁଲିସ ତାକୁ ଉଲଗ୍ନ ଅବସ୍ଥାରେ କାବୁ କରି ପୁଲିସ ଭ୍ୟାନ୍‌ରେ ବସାଇ ଥାନାକୁ ନେଉଥିବା ସମୟରେ ପୋଷାକ ପିନ୍ଧିବାକୁ ବାଧ୍ୟ କରିଥିଲା। ତେବେ ସେଠାରେ ଉପସ୍ଥିତ ଥିବା କେହିଜଣେ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ନେଇଥିଲା।

ସମ୍ବନ୍ଧିତ ଖବର