ଚିକିତ୍ସା ପାଇଁ କନେଷ୍ଟବଳ ପୁଅ ଆଗରେ ଗୁହାରି କଲା ମା’, ଚିକିତ୍ସା ପରିବର୍ତ୍ତେ ମିଳିଲା ଗାଳି, ଝିଅ ଦେଲା ନ୍ୟାୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଛି ଏକ ଦୁଃଖଦ ଘଟଣା । ଜଣେ ମା’ ନିଜ କର୍କଟ ରୋଗର ଚିକିତ୍ସା ପାଇଁ କନେଷ୍ଟବଳ ପୁଅକୁ ଗହାରି କରିବା ପରେ ପୁଅର ବ୍ୟବହାର ଯାହା ଥିଲା ତାକୁ ଦେଖି ଆଖପାଖ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ରୋଗୀଣା ମା’ ଚିକିତ୍ସା ପାଇଁ ଟଙ୍କା ମାଗିବାରୁ କନେଷ୍ଟବଳ ପୁଅ ଦେଇଥିଲା ଗାଳି । ଚିକିତ୍ସା ତ ଦୂରର କଥା ନିଜ ମା’କୁ କ’ଣ ହୋଇଛି ସେ ବିଷୟରେ ମଧ୍ୟ ପଚାରି ନଥିଲା ପୁଅ ।
ଅନ୍ୟ ପକ୍ଷରେ ଏହି ଘଟଣା ବିଷୟରେ ଜାଣି ମା’କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଥିଲା ଝିଅ । ନିଜ ମା’ ସହ ଅତ୍ୟାଚାର ହୋଇଥିବା ଜାଣି ବୃଦ୍ଧାଙ୍କ ଝିଅ ଦିଲ୍ଲୀ ଆସି ଏକ ଏନ୍‌ଜିଓ ସହ ସଂପର୍କ କରିବା ସହ ପୂରା ଘଟଣା ଜଣାଇଥିଲେ ।

bsnljtoje

ଏହା ପରେ ଏନ୍‌ଜିଓ କାର୍ଯ୍ୟକର୍ତ୍ତାମାନେ ପୁଲିସରେ ଖବର ଦେବା ପରେ ଘଟଣାର ସମାଧାନ କରାଯାଇ ବୃଦ୍ଧାଙ୍କୁ କନେଷ୍ଟବଳ ପୁଅ ସହ ଘରକୁ ପଠାଇଥିଲା ପୁଲିସ । ସୂଚନା ମୁତାବକ, ୨୦୧୭ରେ କର୍କଟ ରୋଗର ଶିକାର ହୋଇଥିବା ଜାଣି ପୁଅ ଚିକିତ୍ସା କରାଇବ ବୋଲି ଭାବି ଦିଲ୍ଲୀ ଆସିଥିଲେ ଦୟା ଦେବୀ । କିନ୍ତୁ ଚିକିତ୍ସା ମିଳିବା ପରିବର୍ତ୍ତେ ଦୟା ଦେବୀଙ୍କୁ ଅତ୍ୟାଚାରର ଶିକାର ହେବାକୁ ପଡ଼ିଥିଲା ବୋହୂ ସେବା କରିବା ପରିବର୍ତ୍ତେ ମାଡ଼ ମାଡ଼ ମାରିବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର